ଭୁବନେଶ୍ୱର- ରାଜ୍ୟର ୮୭ ଜେଲରେ ଥିବା ୪୦୦ କଏଦୀଙ୍କ ଦଣ୍ଡ କୋହଳ ହେବ । ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜେଲରେ କଏଦୀଙ୍କ ଏକ ବର୍ଷର ଆଚରଣକୁ ଦେଖି ଏହି ସୁବିଧା ପାଇବେ ୪୦୦ କଏଦୀଙ୍କୁ ମିଳିବ । ଜେଲ ପ୍ରତିଷ୍ଠା ଦିବସ ଅବସରରେ ସେମାନଙ୍କୁ ମୁକ୍ତ କରାଯାଇଛି ମାର୍କ ଅଫ ରେସ୍ପେକ୍ଟ ଅଫ ହ୍ୟୁମାନ ରାଇଟ୍ସ ଥିମକୁ ନେଇ ବୋଲି କହିଛନ୍ତି ଜେଲ ଡିଜି ।
ଡିଜି କହିଛନ୍ତି, ଜେଲରେ ରହି ମଧ୍ୟ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣୁଥିବା କଏଦୀଙ୍କୁ ପୁଣି ଥରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସୁଯୋଗ ଦେବା ହେଉଛି ଏହାର ଲକ୍ଷ୍ୟ । ଏଥିପାଇଁ ସେମାନଙ୍କ ବ୍ୟବହାର ଉପରେ ନଜର ରଖାଯାଏ ଓ ଏହାରି ଆଧାରରେ ନିଷ୍ପତ୍ତି ନିଆଯାଇଛି । ଜେଲ ନିୟମ ଆଧାରରେ କଏଦୀଙ୍କ ଉତ୍ତମ ଆଚରଣକୁ ଦେଖି ଜେଲ ସୁପରିଣ୍ଟେଣ୍ଡେଣ୍ଟ ଜଣଙ୍କୁ ସାତ ଦିନର ଦଣ୍ଡ କୋହଳ କରାଇପାରିବେ । ସେହିପରି ଡିଜି ୬୦ ଦିନ ପର୍ଯ୍ୟନ୍ତ ଦଣ୍ଡ କୋହଳ କରିବାର କ୍ଷମତା ରଖିଛନ୍ତି ।
ଏହି ଆଧାରରେ ଚଳିତ ଜେଲ ପ୍ରତିଷ୍ଠା ଦିବସରେ ଜେଲ କର୍ତ୍ତୃପକ୍ଷ ରାଜ୍ୟରେ ଥିବା ୮୭ ଜେଲର ୪୦୦ କଏଦୀଙ୍କ ଦଣ୍ଡ କମ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଡିଜି । ଦଣ୍ଡରେ ରିହାତି ପାଉଥିବା କଏଦୀଙ୍କ ମଧ୍ୟରୁ ଅନେକ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ବେଳେ କେତେକ ୧ ବର୍ଷ ଦଣ୍ଡ ଭୋଗୁଛନ୍ତି । ଜେଲ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ପରେ କଏଦୀଙ୍କ ମଧ୍ୟ ଆଶା ଓ ଆଶଙ୍କା, କିଏ ପାଇବେ ସରକାରୀ ରିହାତିର ସୁବିଧା ।