fbpx

ଜେଲ୍‌ରୁ ଖସିଗଲେ ୪,୦୦୦ ଦୁର୍ଦ୍ଦାନ୍ତ ଅପରାଧୀ, ଦେଶରେ ଜାରି ହେଲା କର୍ଫ୍ୟୁ

ନୂଆଦିଲ୍ଲୀ: ହାଇତିରୁ ଦୀର୍ଘଦିନ ଧରି ହିଂସାତ୍ମକ ଘଟଣାମାନ ସାମ୍ନାକୁ ଆସୁଛି । ରବିବାର ରାତିରେ ଏଠାରେ ଏପରି ଉଗ୍ର ପ୍ରଦର୍ଶନ ହେଲା କି ଜେଲ୍ କୋଠରୀର ବି ତାଲା ଭାଙ୍ଗିଦିଆଗଲା । ଫଳରେ ୪ ହଜାର ଦୁର୍ଦ୍ଦାନ୍ତ ଅପରାଧୀ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ହତ୍ୟା, ଅପହରଣ ପରି ଅପରାଧ କରିଥିବା ଅପରାଧୀ ସାମିଲ ଅଛନ୍ତି । ଏହାକୁ ଲକ୍ଷ୍ୟ କରି ସାରା ଦେଶରେ ୭୨ ଘଣ୍ଟିଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏବେ ସରକାର ଏହି ଫେରାର ଅପରାଧୀଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ହାଇତିରେ ବହୁ କୁଖ୍ୟାତ ଗୋଷ୍ଠୀ ରହିଛନ୍ତି ଯେଉଁମାନେ ହିଂସା ଲାଗି ଦାୟୀ ଅଟନ୍ତି । ଏହି ଉପଦ୍ରବୀ ବ୍ୟବସାୟ ଓ ବାସସ୍ଥାନ ଅଞ୍ଚଳରେ ଭଙ୍ଗାରୁଜା କରୁଛନ୍ତି । ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଦେଇଛନ୍ତି, ଜେଲ୍‌ର ତାଲା ଭାଙ୍ଗି ଦେଇଛନ୍ତି । ଏହାପରେ ଜେଲ୍‌ରୁ କଏଦୀମାନେ ଫେରାର ହୋଇଯାଇଛନ୍ତି ।
ହାଇତିର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ପାଟ୍ରିକ୍ ବାୟୋଭର୍ଟ କହିଛନ୍ତି ଅପରାଧୀଙ୍କୁ ଧରିବା ପାଇଁ ଦେଶରେ କର୍ଫ୍ୟୁ ଜାରି କରାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାରେ ଅନ୍ୟ ଦେଶର ସମର୍ଥନ ଓ ଜାତିସଂଘର ସମର୍ଥନ ହାସଲ ପାଇଁ ପ୍ରଧାନମନ୍ତ୍ରୀ ଏରିଅଲ୍ ହେନେରୀ ବିଦେଶ ଗସ୍ତ କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ହାଇତିର କି ପୂର୍ବତନ ପୋଲିସ ଅଧିକାରୀ ଜିମୀ ଚେରିଜିୟରଙ୍କ ଗ୍ୟାଙ୍ଗ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହେନେରୀଙ୍କୁ କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି । ଏହି ଗ୍ୟାଙ୍ଗ ସରକାରୀ ସଂସ୍ଥା ଉପରେ ବି ଆକ୍ରମଣ କରୁଛନ୍ତି ଓ କୌଣସି ପ୍ରକାରେ ଲୋକଙ୍କ ମନ ମଧ୍ୟରେ ସରକାରଙ୍କ ପ୍ରତି ଅବିଶ୍ୱାସ ଜନ୍ମାଇବାକୁ ଚାହୁଁଛନ୍ତି । ଯେତେବେଳେ ଏମାନେ ଜେଲ୍ ଉପରେ ଆକ୍ରମଣ କରିଥିଲେ ସେତେବେଳେ ସେଠାରେ କୌଣସି ସରକାରୀ ଅଧିକାରୀ ନ ଥିଲେ । ଏହାପରେ ଦେଖିବାକୁ ମିଳିଥିଲା କି ଜେଲ୍‌ର ସମସ୍ତ ଦ୍ୱାର ଖୋଲିଯାଇଛି ଓ କଏଦୀ ଫେରାର ହୋଇଯାଇଛନ୍ତି ।

Get real time updates directly on you device, subscribe now.