fbpx

ଭାବା ପରମାଣୁ ଗବେଷଣା କେନ୍ଦ୍ର ପକ୍ଷରୁ ନିଯୁକ୍ତି ସୁଯୋଗ: ୪୩୭୪ ପଦରେ ଦିଆଯିବ ଚାକିରି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ପରମାଣୁ ଶକ୍ତି ବିଭାଗ ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଭାବା ପରମାଣୁ ଗବେଷଣା କେନ୍ଦ୍ର ତରଫରୁ ୪୩୭୪ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିକାଲ ଅଫିସର, ସାଇଣ୍ଟିଫିକ ଆସିଷ୍ଟାଣ୍ଟ, ଟେକ୍ନିସିଆନ, ଷ୍ଟାଇପେଣ୍ଡିଆରୀ ଟ୍ରେନିଂ, ଭାବେ ୫୦ରୁ ଅଧିକ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ ।

ଏହି ନିଯୁକ୍ତି ପାଇଁ ଏପ୍ରିଲ ମାସ ୨୪ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଆବେଦନର ଅନ୍ତିମ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ସମସ୍ତ ପଦ ପାଇଁ ଦରମା ହାର, ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ଏହି ନିଯୁକ୍ତି ପାଇଁ ସର୍ବଭାରତୀୟ ସ୍ତରରେ ସେଣ୍ଟର ରହିଥିବା ବେଳେ ଓଡ଼ିଶାର ଆଶାୟୀମାନେ ଭୁବନେଶ୍ୱର, କଟକ ଓ ରାଉରକେଲାର ପରୀକ୍ଷା କେନ୍ଦ୍ରରେ ସୁବିଧାରେ ପରୀକ୍ଷା ଦେଇ ପାରିବେ ।

ଗ୍ରୁପ-ଏ ପଦ ପାଇଁ ଦରମା ୫୬,୧୦୦, ଗ୍ରୁପ-ବି ପଦ ପାଇଁ ୩୫,୪୦୦ ଓ ଗ୍ରୁପ-ସି ପଦ ପାଇଁ ୨୧,୭୦୦ ଟଙ୍କା ଦରମା ରହିଛି । ସେହିପରି କ୍ୟାଟେଗୋରୀ-୧ ପ୍ରାର୍ଥୀମାନେ ପ୍ରଥମ ବର୍ଷ ୨୪,୦୦୦ ଓ ଦ୍ୱିତୀୟ ବର୍ଷ ୨୬,୦୦୦, କ୍ୟାଟେଗୋରୀ-୨ ପ୍ରାର୍ଥୀମାନେ ପ୍ରଥମ ବର୍ଷ ୨୦,୦୦୦ ଓ ଦ୍ୱିତୀୟ ବର୍ଷ ୨୨,୦୦୦ ଟଙ୍କା ଦରମା ପାଇବେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.barc.gov.in/

ନୋଟିଫିକେସନ ଲିଙ୍କ: https://barc.gov.in/careers/vacancy8.pdf

ଅନଲାଇନ୍ ଆବେଦନ ଲିଙ୍କ: https://barconlineexam.com/

Get real time updates directly on you device, subscribe now.