ଓଡ଼ିଶା ଭାସ୍କର: TPCODL ପକ୍ଷରୁ “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍” ମାଧ୍ୟମରେ ଠିକ୍ ସମୟରେ ଦେୟ ଦେଉଥିବା କଟକର ୪୪ ଜଣ ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସ୍କିମ୍ରେ ଯେଉଁ ଉପଭୋକ୍ତାମାନେ ଠିକ୍ ସମୟରେ ଓ ଡିଜିଟାଲ୍ ମାଧ୍ୟମରେ ବିଲ୍ ପ୍ରଦାନ କରିଥିଲେ ସେମାନେ ଲକି ଡ୍ର’ରେ ଆକର୍ଷଣୀୟ ପୁରସ୍କାର ଜିତିଛନ୍ତି। ନିକଟରେ କଟକ ଠାରେ ଭାଗ୍ୟଶାଳୀ ବିଜେତାଙ୍କୁ ଏକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସ୍କିମ୍ର ଅଂଶ ସ୍ୱରୂପ ଉପଭୋକ୍ତାମାନେ ୪ ପ୍ରତିଶତର ଡିଜିଟାଲ୍ ରିହାତି ଭଳି ଅତିରିକ୍ତ ସୁବିଧା ଓ ଠିକ୍ ସମୟରେ ବିଲ୍ ପୈଠ ପାଇଁ ୟୁନିଟ୍ ପିଛା ୧୦ ପଇସାର ତ୍ୱରିତ ରିହାତି ପାଇପାରୁଛନ୍ତି।