fbpx

ଭୁବନେଶ୍ୱରରେ ଟିକାକରଣ ପାଇଁ ୪୪ଟି ସ୍ଥାନ ଚିହ୍ନଟ

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଟିକାକରଣ ନେଇ ଚାଲିଛି ପ୍ରସ୍ତୁତି । ଟିକାକରଣ ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ‘ଭୁବନେଶ୍ୱରରେ ଟିକାକରଣ ପାଇଁ ୪୪ଟି ସ୍ଥାନ ଚିହ୍ନଟ ହୋଇଛି । ୧୮ଟି ପ୍ରମୁଖ ହସ୍ପିଟାଲ ଟିକାକରଣ ପାଇଁ ଚିହ୍ନଟ ହୋଇଛି । ୨୬ଟି ପିଏଚସି ଓ ସିଏଚସି ଟିକାକରଣ ପାଇଁ ହୋଇଛି ଚିହ୍ନଟ ।୨୫ରୁ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହେବ । ଏନେଇ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ, ସେ ଅନୁସାରେ ଟିକାକରଣ ହେବ । ବୟସ୍କ ଓ ହାଇ ରିସ୍କ ଗୋଷ୍ଠୀଙ୍କ ତଥ୍ୟ ବିଏମସି ପାଖରେ ଅଛି ।’

Get real time updates directly on you device, subscribe now.