45 କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ

ଆସାମ: ବଡ ଧରଣର ଅପରେସନରେ ପୋଲିସକୁ ମିଳିଲା ସଫଳତା। ବହୁ ଦିନରୁ ଡ୍ରଗ୍ସ ନେଟୱାର୍କକୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଶେଷରେ ନେଟୱାର୍କର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ପୋଲିସ। ଏହି ଘଟଣା ଦେଖିବାକୁ ମିଳିଛି ଆସାମର କଚାର ଜିଲ୍ଲାରେ।

ବଡ ଡ୍ରଗ୍ସ ନେଟୱାର୍କର ପର୍ଦ୍ଦାଫାଶ କରାଯାଇ 45 କୋଟିର ବିପୁଳ ଡ୍ରଗ୍ସ ଜବତ କରାଯାଇଛି ତା ସହିତ 4ଜଣ ଡ୍ରଗ୍ସ ମାଫିଆଙ୍କୁ ମଧ୍ୟ ଗିରଫ କରିଛି ଆସାମ ପୋଲିସ।

ଏହି ମିଶନ ପାଇଁ ପୋଲିସ ବହୁତ ଆଗରୁ ଚେଷ୍ଟା ଚଳାଇଥିବା ବେଳେ ସଫଳ ହୋଇପାରୁନଥିଲା। କିନ୍ତୁ ଏବେ ଏହି ମିଶନ ପୁରା ହୋଇଛି।