fbpx
BSKY SKY
BSKY SKY

ଭୁବନେଶ୍ୱରରେ ମାଡିଗଲା କରୋନା! ଆଜି ୪୫ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

BSKY

ଭୁବନେଶ୍ୱର,୧୦ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ମାଡିବାରେ ଲାଗିଛି । ଆଜି ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗି ୭୫୫ ଜଣ କରୋନାରେ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର । ଆଜି ରାଜଧାନୀରୁ ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୫ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୮ ଜଣ ସୁସ୍ଥ ଓ ୨୮୬ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କ୍ୱାରେଣ୍ଟାଇନରୁ ବାହାରିଥିବା ୩୫ ପଜିଟିଭଙ୍କ ମଧ୍ୟରୁ ଡୁମଡୁମାରୁ ଜଣେ ୩୫ ବର୍ଷୀୟ ପୁରୁଷ, ୩ ବର୍ଷର ବାଳକ ଓ ୧୩ ବର୍ଷୀୟ ଝିଅ କରୋନରେ ଚିହ୍ନଟ ହୋଇଛନ୍ତି । ସେହିପରି ସାମନ୍ତରାପୁରରୁ ୬୧ ବର୍ଷୀୟ ପୁରୁଷ, ଜୟଦେବ ବିହାରରୁ ୫୦ ବର୍ଷୀୟ ମହିଳା କରୋନାରେ ଚିହ୍ନଟ ହୋଇଛନ୍ତି ।
ଗୋଟିଏ ପରିବାରରୁ ୪୦ ଓ ୬୧ ବର୍ଷୀୟ ପୁରୁଷ, ୩୨ ଓ ୫୭ ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି । ସତ୍ୟ ବିହାରରୁ ୪୨ ବର୍ଷୀୟ ଜଣେ ପୁରୁଷ, ପାତ୍ରପଡାରୁ ୨୯ ବର୍ଷୀୟ ମହିଳା ଓ ସମାନ ବର୍ଷର ପୁରୁଷ ଆକଆନ୍ତ ହୋଇଛନ୍ତି ।

ଶୈଳଶ୍ରୀବିହାରର ୭୩ ବର୍ଷୀୟ ମହିଳା କରୋନରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଘାଟିକିଆର ୮୩ ବର୍ଷୀୟ ପୁରୁଷ, ଶୁକ ବିହାର ଅଞ୍ଚଳର ୨୫ ବର୍ଷୀୟ ପୁରୁଷ ଓ ୪୫ ବର୍ଷୀୟ ମହିଳା ସଂକ୍ରମିତ ହୋଇଛନ୍ତି । ସୂର୍ଯ୍ୟନଗରର ୨୯ ବର୍ଷୀୟ ଓ ଚନ୍ଦ୍ରଶେଖରପୁରର ୫୪ ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଘଟିକିଆରୁ୪୧ ବର୍ଷୀୟ ମହିଳା, ସହିଦ ନଗରରୁ ୨୯ ବର୍ଷୀୟ ମହିଳା, ନୟାପଲ୍ଲୀରୁ ୪୩ ବର୍ଷୀୟ ପୁରୁଷ, ଗଙ୍ଗନଗରରୁ ୫୭ ବର୍ଷୀୟ ମହିଳା, ଶୁକ ବିହାରରୁ ୪୦ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମେଡିକାଲରୁ ୧୧ଟି ମାମଲା,ଓଲଡ ଟାଉନରୁ ଜଣେ ପୁରୁଷ, ବରମୁଣ୍ଡାରୁ ୫୯ ବର୍ଷୀୟ ପୁରୁଷ, କଳିଙ୍ଗ ନଗରରୁ ୨ ଟି ମାମଲା, ପାଲସାପଲ୍ଲୀରୁ ୩ଟି ମାମଲା ଆସିଛି ।

ଅନ୍ୟପଟେ ସ୍ଥାନୀୟରୁ ବାହାରିଥିବା ୧୦ ଜଣଙ୍କ ମଧ୍ୟରୁ ବଡ଼ଗଡ଼ର ୪୫ ବର୍ଷୀୟ ପୁରୁଷ, ପଟିଆର ୭୧ ବର୍ଷୀୟ ପୁରୁଷ, ଶୈଳଶ୍ରୀବିହାରର ୭୩ ବର୍ଷୀୟ ମହିଳା, ଘାଟିକିଆର ୮୩ ବର୍ଷୀୟ ପୁରୁଷ, ଶୈଳଶ୍ରୀବିହାରର ୭୩ ବର୍ଷୀୟ ମହିଳା, ଘାଟିକିଆର ୮୩ ବର୍ଷୀୟ ପୁରୁଷ, ଶୁକବିହାର ଅଞ୍ଚଳର ୨୫ ବର୍ଷୀୟ ପୁରୁଷ ଓ ୪୫ ବର୍ଷୀୟ ମହିଳା ପଜିଟିଭ, ସୂର୍ଯ୍ୟନଗରର ୨୯ ବର୍ଷୀୟ ଓ ଚନ୍ଦ୍ରଶେଖରପୁରର ୫୪ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.