ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ହେବ ମରାମତି, ୪୮ ଲକ୍ଷ ଖର୍ଚ୍ଚ କରିବେ ସରକାର

ଆଶ୍ରୟସ୍ଥଳୀ ପାଇଁ ଖର୍ଚ୍ଚ ହେବ ୪୮ କୋଟି

ଭୁବନେଶ୍ୱର: ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ମରାମତି ହେବ। ଚଳିତ ବର୍ଷ ୮୧୨ଟି ଆଶ୍ରୟସ୍ଥଳୀର ହେବ ମରାମତି। ଏ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ।

ସେ କହିଛନ୍ତି ଯେ, ପ୍ରତି ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏତିପାଇଁ ୪୮ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର। ଅନେକ ବାତ୍ୟା ଆଶ୍ରୟସ୍ଥଳୀର କାମ ମଧ୍ୟ ଆରମ୍ଭ ହୋଇଯାଇଛି। ରାଜ୍ୟରେ ୯୦୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି।

ସେ ଆହୁରି କହିଛନ୍ତି ଯେ, ୬୦୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ୩୦୯ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି।