ଯାଜପୁର(ଓଡିଶା ଭାସ୍କର): ଖରସ୍ରୋତା ନଦୀରେ ଘଟିଯାଇଥିବା ଅଘଟଣରେ ପୁଣି ଜବତ ହୋଇଛି ଆଉ ଜଣଙ୍କ ମୃତଦେହ । ୭ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଅନ୍ୟ ୨ ଜଣଙ୍କୁ ଏବେ ଖୋଜାଖୋଜି ଜାରି ରହିଛି । ନଦୀର ବିଭିନ୍ନ ଅଞ୍ଚଳରେ ଉଭୟଙ୍କୁ ଖୋଜୁଛି ଉଦ୍ଧାରକାଯାରୀ ଟିମ । ସେପଟେ ଜଣଙ୍କୁ ଗତକାଲି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗତକାଲି ଖରେସ୍ରୋତା ନଦୀରେ ଭାସି ଯାଇଥିବା ୭ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରିଛି ପ୍ରଶାସନ । ଏହାସହିତ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ଯାଜପୁର ବଡସୁଆର ନିକଟରେ ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ ୭ ଜଣ ଯୁବକ । ଏହାପରେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜଣକ ପରେ ଜଣକ ମୃତଦେହ ଉଦ୍ଧାର କରାଯାଉଛି । ଗତକାଲି ଦୁଇ ଜଣଭ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ଏବେ ଆଉ ଜଣଙ୍କ ମୃତଦେହ ମିଳିବା ପରେ ଏହି ସଂଖ୍ୟା ଏବେ ୪କୁ ବୃଦ୍ଧି ପାଇଛି । ତେବେ ଜଣକୁ କାଲି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛଇ । ଏବେ ବି ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ବାକି ଅନ୍ୟ ୨ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଦଳ ଚେଷ୍ୟା ଜାରି ରଖିଛି ।