fbpx

(Video) IPL-2024ରେ ଋତୁରାଜଙ୍କ ପାଇଁ ୫ଟି ବଡ ଚାଲେଞ୍ଜ: ଧୋନୀଙ୍କ ଜାଗା ନେବା ଏତେ ସହଜ ନୁହେଁ…

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସରେ ହୋଇଛି ବଡ ପରିବର୍ତନ । ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ଋତୁୁରାଜ ଗାୟକ୍ୱାଡ ଦଳର ନୂଆ ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି । ୫ ଥର ଚମ୍ପିଆନ୍ ସାଜିଥିବା ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ-୨୦୨୪ରେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ । ତେବେ ଋତୁରାଜ ସମ୍ଭାଳି ପାରିବେ ତ ଧୋନୀଙ୍କ ଏହି ଗୁରୁଦାୟିତ୍ୱ? ଜାଡେଜାଙ୍କ ଭଳି ଅଧାରୁ ପଛଘୁଞ୍ଚା ଦେବେନି ତ ଋତୁରାଜ? ବର୍ତ୍ତମାନ ଏମିତି ଅନେକ ପ୍ରଶ୍ନ ଚେନ୍ନାଇର ଫ୍ୟାନ୍ସମାନଙ୍କ ମନରେ ଉଙ୍କି ମାରୁଛି । କାରଣ ଚେନ୍ନାଇ ସୁପର କିଙ୍ଗସ ଭଳି ଦଳ ଥିବା ବେଳେ ଋତୁରାଜଙ୍କ ଆଗରେ ଅନେକ ଚାଲେଞ୍ଜ ରହିବ ।

୨୭ ବର୍ଷୀୟ ଋତୁରାଜ ପୂର୍ବରୁ ମହାରାଷ୍ଟ୍ର ପ୍ରିମିୟର ଲିଗରେ ଅଧିନାୟକତ୍ୱ କରିସାରିଛନ୍ତି । ମହାରାଷ୍ଟ୍ର ରାଜ୍ୟ ଟିମର ସେ ହେଉଛନ୍ତି କ୍ୟାପଟେନ । ତାଙ୍କ ନେତୃତ୍ୱରେ ଭାରତ ଏସିଆନ ଗେମ୍ସରେ ଜିତିଥିଲା ଗୋଲ୍ଡ । କିନ୍ତୁ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ କାର୍ଯ୍ୟ ତୁଲାଇବା ଋତୁରାଜଙ୍କ ପାଇଁ ଏତେ ସହଜ ହେବନି । ଅଧିନାୟକ ଭାବରେ ଋତୁରାଜଙ୍କ ପାଇଁ ୫ଟି ଚାଲେଂଜ ଅପେକ୍ଷା କରି ରହିଛି ।

  • ତେବେ ପ୍ରତିଟି ଅଧିନାୟକ ନିଲାମୀରେ ନିଜ ପସନ୍ଦ ଓ ପ୍ଲାନିଂ ହିସାବରେ ଖେଳାଳିଙ୍କୁ କିଣନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବି ଅକ୍ସନ ପୂର୍ବରୁ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା । ଏହାଦ୍ୱାରା କ୍ୟାପଟେନ କ୍ଲିଅର ହୁଅନ୍ତି ଯେ, ତାଙ୍କୁ କେଉଁ ଟିମ ସହ ମଇଦାନକୁ ଓହ୍ଲାଇବାର ଅଛି । କିନ୍ତୁ ଋତୁୁରାଜଙ୍କୁ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଅଧିନାୟକ କରାଯାଇଛି । ତାଙ୍କୁ ମିଳିଥିବା ଟିମ ହେଉଛି ଧୋନୀଙ୍କ ପସନ୍ଦର ।
  • ସେହିପରି ଜଣେ ଅଧିନାୟକ ହେବା ପରେ ସବୁଠୁ ବଡ ଚାଲେଂଜ ହେଲା ଯେ, ନିଜ ଖେଳ ପ୍ରଭାବିତ ହେବାରୁ ଏଡାଇବା । ଏବେ ଋଚ୍ଛୁରାଜଙ୍କ ପାଖରେ ବହୁତ ଦାୟିତ୍ୱ ରହିଛି । ତାଙ୍କୁ ନିଜର ଖେଳ ସହ ଅନ୍ୟଙ୍କୁ ନେଇ ବି ପ୍ଲାନିଂ କରିବାର ଅଛି । ଯାହାଦ୍ୱାରା ନିଜ ଖେଳ ଖରାପ ହେବାର ବି ରହିଛି ସମ୍ଭାବନା ।
  • ତେବେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପଡିଆରେ ଉପସ୍ଥିତ ରହିବେ । ସେଥିପାଇଁ ଋତୁରାଜଙ୍କ ପାଇଁ ଧୋନୀଙ୍କ ଉପସ୍ଥିତିରେ ନିଷ୍ପତି ନେବା ଏତେ ସହଜ ହେବ ନାହିଁ । ଡିଆରଏସ ପାଇଁ ବି ତାଙ୍କୁ ଓିକେଟକିପର ମହେନ୍ଦ୍ର ସିଂ ଧୋନୀଙ୍କ ପାଖକୁ ଯିବାର ଅଛି । ଅଧିନାୟକ ହିସାବରେ ତାଙ୍କ ପାଇଁ ଏମିତି ବି ପରିସ୍ଥିତି ଆସିପାରେ, ଯେଉଁଠି ତାଙ୍କୁ ଧୋନୀଙ୍କ ବିପକ୍ଷରେ ଯିବାକୁ ହୁଏତ ପଡିପାରେ ।
  • ବର୍ତମାନ ସିଏସକେ ପାଇଁ ବଡ ଚିନ୍ତା ଏହାଯେ, ତାଙ୍କର ଅନେକ ଖେଳାଳୀ ଆହତ ହୋଇଛନ୍ତି । ଗତ ସିଜିନରେ ମୁଖ୍ୟ ଭୂମିକା ନେଇଥିବା ଫାଷ୍ଟ ବୋଲର ମଥୀଶା ପଥିରନା ବି ଅଛନ୍ତି ଆହତ । ଡୀଭନ୍ କନେଓ୍ବ ଏହି ସିଜନରେ ଖେଳିନପାରନ୍ତି । ଶିବମ ଦୁବେ ଓ ମୁସ୍ତାଫିଜୁର ବି ସଂପୂର୍ଣ୍ଣ ଭାବେ ଫିଟ ନୁହଁନ୍ତି । ସେଥିପାଇଁ ଏସବୁ ଜଣେ ଅଧିନାୟକ ଭାବେ ଏତେ ସହଜ ହୋଇନପାରେ ।
  • ସେପଟେ ଶେଷ ଚାଲେଂଜ ହେଲା କି, ଧୋନୀ ଯେପରି ମାପଦଣ୍ଡ ସେଟ କରିଛନ୍ତି, ସେ ସବୁକୁ ବଜାୟ ରଖିବା ଟିକିଏ କଷ୍ଟକର । ୨୦୨୨ ସିଜିନରେ ଧୋନୀଙ୍କ ଜାଗାରେ ରବୀନ୍ଦ୍ର ଜାଡେଜାଙ୍କୁ ଦଳର ନେତୃତ୍ୱ ମିଳିଥିଲା । ପ୍ରଥମ ମ୍ୟାଚରୁ ଜାଡେଜାଙ୍କ ଠାରୁ ଧୋନୀଙ୍କ ଭଳି ପ୍ରଦର୍ଶନ ଆଶା କରାଯାଉଥିଲା । କିନ୍ତୁ ସେ ଚାପ ନେଇପାରିନଥିଲେ ଏବଂ ସିଜନ ଅଧାରୁ ଅଧିନାୟକତ୍ୱ ଛାଡିଥିଲେ । ଠିକ ସେମିତି ଋଚ୍ଛୁରାଜଙ୍କ ପାଖରେ ବି ଫେଲ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.