fbpx

ବନ୍ୟାରେ ଭାସିଗଲେ ୫ ଶିଶୁ: ୪ ଉଦ୍ଧାର ଜଣେ ମୃତ

ଆଠଗଡ: ଆଠଗଡ ଜିଲ୍ଲା ବ୍ରାହ୍ମଣ ବସ୍ତ ଗ୍ରାମରେ ଘଟିଛି ଅଘଟଣ । ସେହିଗ୍ରାମର ୫ ଜଣ ଶିଶୁ ଗାଧୋଇ ଯାଇଥିବା ସମୟରେ ବନ୍ୟାରେ ଭାସି ଯାଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ସୁରକ୍ଷିତ ଥିବା ଜଣା ପଡିଛି ।

ଆଠଗଡ ଜିଲ୍ଲା ବ୍ରାହ୍ମଣ ବସ୍ତ ଗ୍ରାମର ୫ ଜଣ ପିଲା ବିଷ୍ଣୁପୁର ଜୋରକୁ ଗାଧୋଇଯାଇଥିଲେ । ତେବେ ସେଠାରେ ବନ୍ୟା ଜଳରେ ୫ ଜଣ ପିଲା ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରା ଯାଇଥିବାବେଳେ ଅନ୍ୟ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଫଳରେ ତାକୁ ସ୍ଥାନୀୟ ଲୋକେ ମଧୁପୁର ମେଢିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ନାବାଳକୁ ମୃତ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁବରଣ କରିଥିବା ନାବାଳକର ପରିଚୟ ମିଳିପାରିନାହିଁ ।

Get real time updates directly on you device, subscribe now.