ଲଗାଣ ବର୍ଷାରେ ବେହାଲ କେଲକାତା ସହର, ପାଣିରେ ବୁଡ଼ିଲା ରାସ୍ତାଘାଟ, ୫ ମୃତ

ରାସ୍ତାରେ ଆଣ୍ଠୁଏ ପାଣି । ଆଲର୍ଟ ଜାରି କଲା ପାଣିପାଗ ବିଭାଗ..

କୋଲକାତା: ଲଗାଣ ବର୍ଷାରେ ବେହାଲ କୋଲକାତା ସହର । ରାସ୍ତାରେ ଢ଼େଉ ଭାଙ୍ଗୁଛି ବର୍ଷା ପାଣି । ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ରାତି ତମାମ ଲଗାଣ ବର୍ଷା ପ୍ରଭାବରେ ପୁରା ସହର ଉବୁଟୁବୁ ହେଉଛି । ବର୍ଷା ଲାଗିରହିଥିବାରୁ ପାଣିପାଗ ବିଭାଗ ଏନେଇ ହାଇଆଲର୍ଟ ଜାରି କରିଛିା

ପ୍ରବଳ ବର୍ଷାରେ ଫାଇନାନ୍ସସିଆଲ କ୍ୟାପିଟାଲ କୋଲକାତାର ବିଭିନ୍ନ ଅଁଚଳ ଜଳମଗ୍ନ ହୋଇଯାଇଛିା ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଯାଉଥିବାରୁ ସାଧାରଣ ଜନତା ଏଥିରେ ପ୍ରଭାବିତ ହେଉଛନ୍ତିା

ବର୍ତମାନ ଦଶହରା ମାହୋଲ ବେଳେ ଏପରି ସ୍ଥିତି ଦେଖି ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତିା କୋଲକାତାରେ ଦଶହରା ବହୁ ଧୁମ୍‌ଧାମ୍‌ରେ ପାଳିତ ହୁଏା ଏଣୁ ଏହି ସମୟରେ ଏଠାରେ ପ୍ରବଳ ଗହଳି ଦେଖିବାକୁ ମିଳୋ

ଗୋଟିଏ ପଟେ ଲୋକଗହଳି ଥିବା ବେଳେ ଅନ୍ୟପଟେ ରାସ୍ତାରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତିା ଟ୍ରାଫିକ ଜାମ ହୋଇ ରାସ୍ତାରେ ଅନେକ ବଡ ବଡ ଗାଡି ଠିଆ ହୋଇରହିଛନ୍ତିା

ଗତକାଲି ରାତିରେ ପ୍ରାୟ ଶାଢେ ୬ ଘଣ୍ଟା ବର୍ଷା ପ୍ରଭାବରେ ଏପରି ପରିସ୍ଥିତି ଉପୁଜିଛି । ଅନ୍ୟପଟେ ଆହୁରି ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଥିବାରୁ ଏଥର ଦଶହରାରେ ପୁରା ସହର ଭିଜିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛିା

ଅନେକ ସ୍ଥାନରେ ୨୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବର୍ଷାର ପରିମାଣ ବଢିପାରେ ବୋଲି ଆଶଙ୍କା କରି ପାଣିପାଗ ବିଭାଗ ତରଫରୁ ଅନେକ ସ୍ଥାନରେ ଆଲର୍ଟ ଜାରି କରାଯାଇଛିା

୫ ମୃତ: ଅତ୍ୟଧିକ ବର୍ଷାରେ ବିଜୁଳି ତାର ଛିଣ୍ଡି ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଅନେକ ତଳତଳିଆ ଅଁଚଳରେ ଥିବା ଘରେ ପାଣି ପଶିଯାଇଥିବା ଖବର ସାମ୍ନାକୁ ଆସୁଛିା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛିା