କାହିଁକି ନୂଆବର୍ଷ ଅବସରରେ ବୁଲାଇ ନେବା ବାହାନାରେ ୫ ମହିଳାଙ୍କୁ ହତ୍ୟା କଲା ଜହ୍ଲାଦ ଯୁବକ?
ଅଭିଯୁକ୍ତର ୪ ଭଉଣୀଙ୍କ ମଧ୍ୟରୁ ଜଣେ ୧୯ ବର୍ଷର ହୋଇଥିବା ବେଳେ ଅନ୍ୟ ତିନି ଜଣ ନାବାଳିକା
ଲକ୍ଷ୍ନୌ- ଉତ୍ତର ପ୍ରଦେଶରେ ଯୁବକଙ୍କ ନାରକୀୟକାଣ୍ଡ । ଏକା ଥରେ ଆରପାରିକି ପଠାଇଦେଲା ୫ ଜଣଙ୍କୁ । ସବୁଠାରୁ ବଡ କଥା ଏହି ସମସ୍ତ ଥିଲେ ତା ପରିବାରର ସଦସ୍ୟ । ମୃତକଙ୍କ ଭିତରେ ଥିଲେ ଜହ୍ଲାଦ ଯୁବକର ଜନ୍ମଦାତ୍ରୀ ଓ ୪ ଭଉଣୀ । ସମସ୍ତଙ୍କୁ ମାରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସେମାନଙ୍କୁ ଆଗ୍ରାରୁ ଲକ୍ଷ୍ନୌ ନେଇଥିଲା ହତ୍ୟାକାରୀ ।
ମାମଲାରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତର ୪ ଭଉଣୀଙ୍କ ମଧ୍ୟରୁ ଜଣେ ୧୯ ବର୍ଷର ହୋଇଥିବା ବେଳେ ଅନ୍ୟ ତିନି ଜଣ ନାବାଳିକା ।
କେମିତି କଲା ହତ୍ୟା- ସୂଚନା ମୁତାବକ ୨୪ ବର୍ଷର ଅରଶଦ ନିଜ ମାଆ ଓ ୪ ଭଉଣୀଙ୍କୁ ହତ୍ୟା କରିଛି । ପାରିବାରିକ କଳହ ପାଇଁ ପ୍ରଥମେ ଆଭିଯୁକ୍ତ ସେମାନଙ୍କୁ ଲକ୍ଷ୍ନୌ ନେଇଥିଲା । ସେଠାରେ ଏକ ହୋଟେଲରେ ସମସ୍ତଙ୍କୁ ରଖାଇଥିଲା । ସେମାନଙ୍କୁ ସମସ୍ତଙ୍କୁ ନିଶା ଦେଇ ବେହୋସ କରାଇଥିଲା । ତା ପରେ ସେମାନଙ୍କ ହାତର ଶିିର କାଟି ଦେଇଥିଲା ।
ଅତ୍ୟଧିକ ରକ୍ତପାତରୁ ସେମାନଙ୍କ ବେହୋସ ଅବସ୍ଥାରେ ହିଁ ମୃତ୍ୟୁ ହୋଇଥିଲା । ହୋଟେଲରେ ୫ ଜଣ ମହିଳାଙ୍କ ହତ୍ୟା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବୁ ମୃତଦେହକୁ ନିଜ ଅକ୍ତିଆରକୁ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପୋଲିସ ସହ ଫରେନ୍ସିକ ଟିମ ମଧ୍ୟ ତଦନ୍ତ ଆରମ୍ଭ କରିଛି । ପୋଲିସ ଅଭିଯୁକ୍ତ ଅରସଦକୁ ଗିରଫ କରି ପଚରା ଉଚରା କରିବାରୁ ସେ ପାରିବାରିକ କଳହ ପାଇଁ ହତ୍ୟା କରିଥିବା ସ୍ୱୀକାର କରିଛି ।
ପୋଲିସ ମାମଲାରେ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି । ତେବେ ଏହି ହତ୍ୟା ଘଟଣା ସାରା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।