ୟୁପି ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ, ଭୋଟ ଦେଲେ ମାୟାବତୀ

ନୂଆଦିଲ୍ଳୀ: ସୁରୁଖୁରୁରେ ଜାରି ରହିଛି ଉତ୍ତର ପ୍ରଦେଶ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୪୯.୮୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି । ପିଲିଭିତରେ ସର୍ବାଧିକ ୫୪.୮୩ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ନେଇ ସୂଚନା ମିଳିଛି । ୫୯ ଆସନରେ ମତଦାନ କରୁଛନ୍ତି ୯ଟି ଜିଲ୍ଲାର ମତଦାତା । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏନେଇ ସକାଳୁ ସକାଳୁ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର । ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି ସୁପ୍ରିମୋ ସୁପ୍ରିମୋ ମାୟାବତୀ ଲକ୍ଷ୍ନୌରେ ଥିବା ମ୍ୟୁନିସିପାଲିଟି ନର୍ସରୀ ସ୍କୁଲରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।ଅନ୍ୟପକ୍ଷରେ  ମାୟାବତୀ ନିଜର ଭୋଟ ଦାନ କରିଛନ୍ତି ।

ମତଦାନ ପରେ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ମାୟାବତୀ । ମାୟାବତୀ କହିଛନ୍ତି କି, ମୁସଲମାନମାନେ ସମାଜବାଦୀ ପାର୍ଟି ଉପରେ ଖୁସି ନୁହଁନ୍ତି । ଲୋକମାନେ ସେମାନଙ୍କୁ ଭୋଟ ଦେବେ ନାହିଁ ଏବଂ ମୁସଲମାନମାନଙ୍କ ମତରେ ସମାଜବାଦୀ ପାର୍ଟିକୁ ଭୋଟ ଦେବାର ଅର୍ଥ ହେଉଛି ଗୁଣ୍ଡା ରାଜ ବା ମାଫିଆ ରାଜ । ଭୋଟଦାନ ପୂର୍ବରୁ ହିଁ ଉତ୍ତରପ୍ରଦେଶର ଜନସାଧାରଣ ସମାଜବାଦୀ ପାର୍ଟିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।ସୂଚନା ଥାଉକି,  ୫୯ ଆସନ ପାଇଁ ଭୋଟଗ୍ରହଣ ଥିବାବେଳେ ନିର୍ବାଚନୀ ଦୌଡରେ ଅଛନ୍ତି ବିଭିନ୍ନ ଦଳର ମୋଟ ୬୨୪ ପ୍ରାର୍ଥୀ ।