ରାଜ୍ୟରେ ହେବ ୫୯ଟି ଅମୃତ ଷ୍ଟେସନ

ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ

ଭୁବନେଶ୍ୱର: ରାଜ୍ୟରେ ୫୯ଟି ଅମୃତ ଷ୍ଟେସନ ହେବ। ଏ ନେଇ ୨ ହଜାର ୩୭୯ କୋଟି ବ୍ୟୟବରାଦ ହୋଇଛି। ରେଳ ବଜେଟରେ ଓଡ଼ିଶା ପାଇଁ୧୦,୫୯୯ କୋଟି ମଞ୍ଜୁର କରାଯାଇଛି। ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ରହିଛି।

ସେ କହିଛନ୍ତି ଯେ, ୧୦ ବର୍ଷରେ ରାଜ୍ୟରେ ୨,୦୪୬ କିମି ରେଲୱେ ଟ୍ରାକ କରାଯାଇଛି। ଏଥିସହ ୫୯ଟି ରେଳ ଷ୍ଟେସନର ନବୀକରଣ ହୋଇଛି। ୧୯୦୦ କିମି କବଚ କାର୍ଯ୍ୟ ଜାରି ରହିଛି।