ଏମିତି ଏକ ରେଷ୍ଟୁରାଣ୍ଟ୍ ଯେଉଁଠି ପାଞ୍ଚ ଫୁଟିଆ ଥାଳିରେ ପରସାଯାଏ ଖାଦ୍ୟ, ଭାରତୀୟ କ୍ରିକେଟ୍ରଙ୍କ ନାଁରେ ମିଳେ ଡିସ୍
ମୁମ୍ବାଇ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ରେଷ୍ଟୁରାଣ୍ଟ୍ ଭିନ୍ନ ଭିନ୍ନ ଉପାୟ ଆପଣାଏ । ରେଷ୍ଟୁରାଣ୍ଟ୍ର ମେନ୍ୟୁ ହେଉ ଅବା ସାଜସଜ୍ଜା ଅବା ହେଉ ଅଜବ ନାଁ । କିଛି ନା କିଛି ସ୍ୱତନ୍ତ୍ର ଓ ନିଆରା କରାଯାଏ ବ୍ୟବସାୟ ବଢ଼ାଇବା ପାଇଁ । ଗୁଜରାଟର ଅହମ୍ମଦାବାଦରେ ଅଛି ସେମିତି ଏକ ରେଷ୍ଟୁରାଣ୍ଟ୍, ଯେଉଁଠି ଗ୍ରାହକଙ୍କୁ ୫ ଫୁଟ୍ ଲମ୍ବା ଥାଳିରେ ସୁସ୍ୱାଦୁ ଖାଦ୍ୟ ପରଷାଯାଏ । ଖାଲି ସେତିକି ନୁହେଁ, ଉକ୍ତ ରେଷ୍ଟୁରାଣ୍ଟ୍ରେ ଖେଳାଳିମାନଙ୍କ ନାମାନୁସାରେ ଖାଦ୍ୟର ନାମ ରଖାଯାଇଛି ।
ଏଠାରେ ଖାସ୍ ଅନ୍ଦାଜ୍ରେ କ୍ରିକେଟ ଥିମ୍ବାଲା ମେନୁ ମିଳିଥାଏ । ଯେମିତି କି ମେନୁରେକୋହଲି ଖମନ, ପାଣ୍ଡ୍ୟା ପାତ୍ର, ଧୋନୀ ଖିଚ୍ଡି, ଭୁବନେଶ୍ୱର ଭର୍ତା, ରୋହିତ ଆଲୁ ରଶିଲା, ଶାର୍ଦୁଲ ଶ୍ରୀଖଣ୍ଡ, ବାଉନ୍ସର, ବାନ୍ନୁଦୀ, ହ୍ୟାଟ୍ରିକ ଗୁଜରାଟୀ ଦାଲ, ବୁମରା ଭିଣ୍ଡି, ହରଭଜନ ହାଣ୍ଡୱା ଆଦି ପାଇବେ । ଏହାବାଦ୍ ବିଭିନ୍ନ ସୁସ୍ୱାଦୁ ଗୁଜରାଟୀ ବ୍ୟଞ୍ଜନ ମଧ୍ୟ ଉପଲବ୍ଧ ହୁଏ । ଏହାସହ ସ୍ନାକ୍ସ, ବ୍ରେଡ୍, ଏପେଟାଇଜର ଓ ଡିଜର୍ଟ ବି ରହିଛି । ୫ଫୁଟ୍ ବିଶିଷ୍ଟ ଥାଳରେ ନାନା ପ୍ରକାରର ବ୍ୟଞ୍ଜନ ବେଶ୍ ସୁନ୍ଦର ଭାବେ ପରଷାଯାଏ । ହେଲେ ଏତେସବୁ ଖାଦ୍ୟ ଜଣେ ଖାଇବା ସମ୍ଭବ ନୁହେଁ ।