fbpx
BJD SKY
BJD SKY

ଏହି ଭିଟାମିନ୍ ଅଭାବରୁ ହୋଇଥାଏ ମେମୋରୀ ଲସ୍; ହାଡ଼ ହୁଏ ଦୁର୍ବଳ

BJD

ଯେଉଁଭଳି ଉତ୍ତମ ସ୍ୱାସ୍ଥ୍ୟ ଓ ଶକ୍ତିଶାଳୀ ଶରୀର ପାଇଁ ଭିଟାମିନ୍ ଏ, ବି, ସି, ଡି ଆବଶ୍ୟକ ହୁଏ, ସେହିଭଳି ଭିଟାମିନ୍ ବି୧୨ ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଏହା ରହିଥାଏ, ତେବେ ଆପଣଙ୍କୁ ଅତି ସହଜରେ କିଛି ରୋଗ ହୋଇନଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ଭିଟାମିନ ବି ୧୨ ଏପରି ଏକ ପୋଷକ ତତ୍ତ୍ୱ, ଯାହା ଆମ ସୁସ୍ଥ ଶରୀର ପାଇଁ ବହୁତ ଉପଯୋଗୀ ।

ଯଦି ଆପଣ ବିଟାମିନ୍ ବି ୧୨ ପାଇଁ ଜରୁରୀ ଖାଦ୍ୟ ସେବନ କରୁନାହାନ୍ତି, ତେବେ ଆଜିଠାରୁ ଖାଇବା ଆରମ୍ଭ କରନ୍ତି । ଏଚଆଇଭି ଭଳି ବିପଜ୍ଜନକ ରୋଗ ଯୋଗୁଁ ଶରୀରରେ ଭିଟାମିନ୍ ବି ୧୨ର ଅବଶୋଷଣ ହୋଇନଥାଏ । କିଛି ଖରାପ ବ୍ୟାକ୍ଟେରିଆ, ଆଣ୍ଟିବାୟୋଟିକ, ସର୍ଜରୀ ଓ ଟ୍ୟାପୱର୍ମ ମଧ୍ୟ ଏହି ଭିଟାମିନ୍ ଅଭାବର କାରଣ ହୋଇପାରେ ।

ଭିଟାମିନ୍ ବି୧୨ କମ ହେବାର ଲକ୍ଷଣ :-

– ମୁଣ୍ଡ ବୁଲାଇବା
– ଭୋକ ନ ହେବା ।
– ଚର୍ମ ହଳଦିଆ ହୋଇଯିବା ।
– ବାରମ୍ବାର ମୁଡ଼୍ ଚେଞ୍ଜ ହେବା ।
– ଡିପ୍ରେସନରେ ରହିବା ।
– ବହୁତ ଥକ୍କା ଲାଗିବା ।
– ହାତ ଓ ପାଦ ଝିମ୍ ଝିମ୍ ହୋଇଯିବା ।
– ଦ୍ରୁତ ହୃଦସ୍ପନ୍ଦନ ।
– ମାଂସପେଶୀ ଦୁର୍ବଳତା ।

ଭିଟାମିନ୍ ବି -୧୨ କମ୍ ହେଲେ ହୋଇଥାଏ ଏହି ରୋଗ:-

– ଭୁଲିବା ଏବଂ ଭ୍ରମରେ ରହିବାର ସମସ୍ୟାର ଆଶଙ୍କା ବଢ଼ିଯାଏ ।
– ହାଡରେ ଯନ୍ତ୍ରଣାର ସମସ୍ୟା ହୋଇଥାଏ ।
– ସମଗ୍ର ସ୍ନାୟୁ ପ୍ରଣାଳୀ ମଧ୍ୟ ପ୍ରଭାବିତ ହୋଇଥାଏ ।
– ଏହି କାରଣରୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ପରିବହନରେ ଅସୁବିଧା ହୁଏ ।

ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ ବି -୧୨ କାହିଁକି ଗୁରୁତ୍ୱପୂର୍ଣ୍ଣ :-

– ଭିଟାମିନ୍ ବି -୧୨ ଅଭାବ ହେଲେ ତାହା ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ ଉପରେ ଖରାପ ପ୍ରଭାବ ପକାଇଥାଏ ।
– ମହିଳାମାନଙ୍କୁ ଗର୍ଭାବସ୍ଥାରେ ଅନେକ ଭିଟାମିନ୍ ବି -୧୨ ଆବଶ୍ୟକ ହୋଇଥାଏ ।
– ଏହି ଜରୁରୀ ଭିଟାମିନ୍ ଅଭାବରୁ ହାଡ ଏବଂ ଗଣ୍ଠିରେ ଯନ୍ତ୍ରଣା ହୁଏ ।
– ଏହା ରକ୍ତହୀନତାର ଆଶଙ୍କା ବଢ଼ାଇଥାଏ ।
– ଶରୀରରେ ଶକ୍ତି ଉତ୍ପାଦନ ପାଇଁ ଭିଟାମିନ୍ ବି ୧୨ ମଧ୍ୟ ଆବଶ୍ୟକ ।

ଏହି ଜିନିଷ ଖାଇଲେ ମିଳିଥାଏ ଲାଭ:-
– ପନିର୍
– ଓଟସ୍
– ମିଲ୍କ ବ୍ରୋକୋଲି
– ଛତୁ
– ମାଛ
– ଅଣ୍ଡା
– ସୋୟାବିନ୍
– ଦହି

Get real time updates directly on you device, subscribe now.