fbpx

ଓଡିଶାରେ ଆରମ୍ଭ ହେବ 5G ସେବା: ଭୁବନେଶ୍ୱର ସମେତ ୮୦ ପ୍ରତିଶତ ଅଞ୍ଚଳରେ ହେବ ଉପଲବ୍ଧ

Advertisement

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୫ଜି ସେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଏବଂ ଉତ୍ସାହକୁ ସେ ଆହୁରି ବଢାଇ ଦେଇଛନ୍ତି । ଏଣିକି ଓଡିଶାରେ ମଧ୍ୟ ୫ଜି ସେବା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାପରେ ରାଜ୍ୟବାସୀଙ୍କ ମନରେ ଏକ ଖୁସିର ଲହରୀ ଖେଳିଯାଇଛି । ତେବେ ଆସନ୍ତା ୨୦୨୩ ଶେଷ ସୁଦ୍ଧା ଓଡିଶାର ୮୦ ପ୍ରତିଶତ ଅଞ୍ଚଳରେ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଆଇ.ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ଭାରତରେ ୫ଜି ସେବା ଆରମ୍ଭ ହୋଇଛି । ଚଳିତ ବର୍ଷ ଅକ୍ଟୋବର ୧ ତାରିଖରେ ଏହି ସେବା ଭାରତରେ ଆରମ୍ଭ ହୋଇଛି । ଯାହାଫଳରେ ଭାରତ ବର୍ତ୍ତମାନ ୫ଜି ଥିବା ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସମେତ ୧୩ ସହରରେ ଉପଲବ୍ଧ ହୋଇଛି ଏହି ୫ଜି ନେଟୱାର୍କ ।

ସେହିପରି ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡିଶାର ୮ଟି ସହରରେ ଏହି ୫ଜି ସେବା ମିଳିବ । ପୂର୍ବରୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ପାହାଡପୁର ଗ୍ରାମରେ ଏହି ସେବା ଉପଲବ୍ଧ ହୋଇଥିବା ବେଳେ ୨୦୨୩ ଶେଷ ସୁଦ୍ଧା ଏହା ରାଜ୍ୟର ୧୩ଟି ସହର ଅର୍ଥାତ ୮୦ ପ୍ରତିଶତ ଅଞ୍ଚଳରେ ଉବପଲବ୍ଧ ହେବ । ତେବେ ଓଡିଶାର ସମସ୍ତ ସ୍ଥାନରେ ଗ୍ରାହକମାନେ ୫ଜି ସେବା ପାଇ ପାରିବେ ନାହିଁ । ରାଜଧାନୀ ଭୁବନେଶ୍ୱରରେ ଟେଲିଫୋନିକ ସୁବିଧା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.