fbpx

Video: ପୁରୀରେ 5T ସଚିବ , ପତ୍ନୀଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କଲେ ପାଣ୍ଡିଆନ

ପୁରୀ : ଶ୍ରୀକ୍ଷେତ୍ରରେ ପହଂଚିଲେ 5T ସଚିବ ଭି.କେ. ପାଣ୍ଡିଆନ । ଶନିବାର ସକାଳୁ ପତ୍ନୀଙ୍କ ସହ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳୁ ପୁରୀ ପହଂଚିବା ପରେ ଶ୍ରୀମନ୍ଦିରକୁ ଯାଇଥିଲେ । ପ୍ରତ୍ୟେକ ଥର ପରି ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ସେ ସେବାୟତ ମାନଙ୍କ ସହ ଶ୍ରୀମନ୍ଦିର ଉନ୍ନତିକରଣ କଥା ବୁଝିବା ସହ ସେ ସଂପର୍କରେ ଅତ୍ୟଧିକ ଆଲୋଚନା ମଧ୍ୟ କରିଥିଲେ ।

ପୂର୍ବରୁ ମଧ୍ୟ ଏମିତି ପ୍ରତ୍ୟେକ ଥର 5T ସଚିବ ଭିକେ ପାଣ୍ଡିଆନ ପୁରୀ ଗସ୍ତରେ ଆସୁଛନ୍ତି ।ଶ୍ରୀମନ୍ଦିରର ଉନ୍ନତିକରଣର ଅନୁଧ୍ୟାନ ନିମନ୍ତେ ୫ଟି ସଚିବ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥାନ୍ତି । ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକ ସୁଜାତା କାର୍ତିକେୟନ ପାଣ୍ଡିଆନଙ୍କ ସହ ସେ ଶନିବାର ପୁରୀ ଗସ୍ତରେ ଆସିଥିବାବେଳେ ମହାବାହୁଙ୍କ ଦର୍ଶନ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।

Get real time updates directly on you device, subscribe now.