fbpx

ହୋମୱାର୍କ କରିନଥିଲେ ବୋଲି… ୬ ଏବଂ ୮ ବର୍ଷର ନାବାଳିକାକୁ ପ୍ଲାଷ୍ଟିକ୍ ପାଇପରେ ପିଟିଲେ ଟ୍ୟୁସନ ସାର୍

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଶିକ୍ଷକଙ୍କ ମାଡ଼ ଯୋଗୁଁ ପିଲା ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏବେ ପୁଣିଥରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ଟ୍ୟୁସନ ଶିକ୍ଷକ ହୋମୱାର୍କ କରିନଥିବା ଯୋଗୁଁ ଦୁଇ ନାବାଳିକାଙ୍କୁ ଅତି ନୃଶଂସ ଭାବରେ ପିଟିଥିଲେ । ଆଉ ଅବସ୍ଥା ଏପରି ହୋଇଥିଲା ଯେ ପିଲା ଦୁଇଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା ।

ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଦୁଇ ଝିଅ ପଡ଼ୋଶୀରେ ରହୁଥିବା ଜଣେ ଟ୍ୟୁସନ ଟିଚରଙ୍କ ପାଖକୁ ପଢ଼ିବାକୁ ଯାଇଥିଲେ । କିନ୍ତୁ ଅଗଷ୍ଟ ୩୧ ତାରିଖ ସନ୍ଧ୍ୟାରେ ଦୁଇ ଝିଅ ଘରକୁ କାନ୍ଦି କାନ୍ଦି ଫେରିଥିଲେ ଏବଂ ଜଣେ ତ’ ବେହୋସ୍ ହୋଇପଡ଼ିଥିଲେ । ତାହାପରେ ଖବର ନେବାରୁ ଜଣାପଡ଼ିଥିଲା ଯେ ଟ୍ୟୁସନ ସାର୍ ପିଲାଙ୍କୁ ହୋମୱାର୍କ କରିନଥିବା ଯୋଗୁଁ ନିର୍ମମ ଭାବେ ପିଟିଥିଲେ । ତେବେ ପିଲାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପିଲାମାନେ କହିଥିଲେ ଯେ ସେମାନଙ୍କୁ ଏକ ରୁମ୍ ରେ ବନ୍ଦ କରି ପ୍ଲାଷ୍ଟିକ୍ ପାଇପରେ ପିଟିଥିଲେ । ସେମାନଙ୍କ ଶରୀରରେ ଅନେକ ଦାଗ ମଧ୍ୟ ଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଘଟଣା ଘଟିଛି ଦିଲ୍ଲୀର ଭଲସ୍ୱା ଅଞ୍ଚଳରେ ।

ଏହି ସମ୍ବନ୍ଧରେ ଦିଲ୍ଲୀ ମହିଳା କମିଶନ ଏକ ନୋଟିସ୍ ଦିଲ୍ଳୀ ପୋଲିସକୁ ଦେଇଛନ୍ତି । କମିଶନ ୬ ଏବଂ ୮ ବର୍ଷର ଦୁଇ ନାବାଳିକାଙ୍କୁ ଟ୍ୟୁସନ ଟିଚର ଅତି ନିର୍ମମ ଭାବରେ ପିଟିଥିବା ଅଭିଯୋଗ ହୋଇଥିଲା । ତେବେ ମହିଳା କମିଶନ ଏହି ମାମଲାକୁ ଗୁରୁତ୍ୱର ସହ ନେବା ସହ ଦିଲ୍ଲୀ ପୋଲିସକୁ ଏନେଇ ଆକ୍ସନ ନେବାକୁ କହିଛନ୍ତି ।

Get real time updates directly on you device, subscribe now.