Breaking: ସରକାରୀ ଚାକିରି ନାଁରେ ଠକିନେଇଛନ୍ତି କୋଟିଏ ଟଙ୍କା, ଧରାପଡ଼ିଲେ ଗଞ୍ଜାମର ୬ ଅଭିଯୁକ୍ତ

ବ୍ରହ୍ମପୁର: ସରକାରୀ ଚାକିରି ଦେବାକୁ କହି ଟଙ୍କା ଠକି ନେଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ବୈଦ୍ୟନାଥ ଥାନା ପୋଲିସ ଦ୍ୱାରା ଏହି ଗିରଫ କରାଯାଇଛି । ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରେ ସରକାରୀ ଚାକିରି ଲୋଭ ଦେଖାଇ ଏହି ଠକେଇ ହୋଇଥିବା ସୂଚନା । ୫୦ରୁ ଅଧିକ ଆଶାୟୀଙ୍କଠାରୁ ଏହି ଟଙ୍କା ନିଆଯାଇଥିବା କହିଛି ପୋଲିସ । ଗିରଫ ୬ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ସେମାନଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ଜଣାପଡ଼ିଛି ।