fbpx

୬ ଜଣ ନେତାଙ୍କୁ ଦଳରୁ ବହିଷ୍କାର କଲା ରାଜ୍ୟ କଂଗ୍ରେସ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ଆସନ୍ତା ୧୨ ତାରିଖରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବେ । ତେବେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ । ରାଜ୍ୟ ବିଜେପିର ବିଧାୟକମାନଙ୍କ ସହ ଆଲୋଚନା କରିବା ପରେ ଏହି ଦୁଇ ନେତା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ ।

ତେବେ ଏହା ମଧ୍ୟରେ କଂଗ୍ରେସ ଶିବିରରୁ ଆସିଛି ଏକ ବଡ଼ ଖବର । ପୁଣି ୫ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି ରାଜ୍ୟ କଂଗ୍ରେସ । ବହିଷ୍କୃତ ହୋଇଥିବା ନେତାମାନେ ହେଲେ ଯାଜପୁରର ନରେଶ ମହାନ୍ତି, ମୟୂରଭଞ୍ଜର ଦୀପକ ସୋରେନ, କଳାହାଣ୍ଡିର ସୁକାନ୍ତ ଦାସ, ବଲାଙ୍ଗିରର ମହମ୍ମଦ ଆକବର ଖାଁ ଓ ଗଞ୍ଜାମର ଡି.ମାଧବୀ । ନରେଶ ପିସିସିର ପୂର୍ବତନ ମୁଖପାତ୍ର ଥିବା ବେଳେ ଆକବର ପିସିସିର ସମ୍ପାଦକ ଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା । ସେହିପରି କଟକ ଜିଲ୍ଲା କଂଗ୍େରସ ସଭାପତି ମାନସ ଚୌଧୁରୀଙ୍କୁ ମଧ୍ୟ ଦଳ ବିରୋଧ କାର୍ଯ୍ୟ ଅଭିଯୋଗରେ ବହିଷ୍କାର କରାଯାଇଥିଲା ।

Get real time updates directly on you device, subscribe now.