fbpx

ରାଜଧାନୀରେ ଫୁଟିଲା ଗୁଳି: ୬ ଜଣଙ୍କ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ

ଓଡିଶା ଭାସ୍କର: ଆମେରିକାରେ ଗୁଳିବାଜୀର ବିପଦ କମିବାର ନାଁ ନେଉନାହିଁ । ବର୍ତ୍ତମାନ ଦେଶର ରାଜଧାନୀ ୱାସିଙ୍ଗଟନ୍ ଡିସିରେ ଆଉ ଏକ ଆକ୍ରମଣ ମାମଲା ଦେଖିବାକୁ ମିଳିଛି । ଏହି ଫାୟାରିଙ୍ଗରେ ୬ ଜଣ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଆରମ୍ଭ ହୋଇଛି । ତେବେ ଏହି ଆକ୍ରମଣର କାରଣ କ’ଣ ଏବଂ କିଏ ଏହି ଗୁଳିଚାଳନା କରିଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ।

ୱାସିଙ୍ଗଟନ୍ ଡିସି ପୋଲିସର ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ ଏକ ଆଭେନ୍ୟୁର ୧୫୦୦ ବ୍ଲକରେ ଅବସ୍ଥିତ ବେନିଂ କୋର୍ଟରେ ଭୟଙ୍କର ଗୁଳି ଚାଳନା କରିଥିଲେ । ଯେଉଁଥିରେ ୧୧ ଜଣ ଆହାତ ହୋଇଛନ୍ତି । ସେଥିମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଡିସି ପୋଲିସ କହିଛନ୍ତି ଯେ, ଏହି ଆକ୍ରମଣକାରୀମାନେ ୧୨ ଘଣ୍ଟା ମଧ୍ୟରେ ୬ଟି ସ୍ଥାନରେ ଏପରି କାଣ୍ଡ ଘଟାଇଛନ୍ତି । ତେବେ ଏହି ଆକ୍ରମଣକାରୀମାନଙ୍କ ବିଷୟରେ ଡିସି ପୋଲିସ୍ ତଦନ୍ତ କରୁଥିବାବେଳେ ଏଥିରେ ଆତଙ୍କବାଦୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.