fbpx

ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ୬ଟି ଗାଡ଼ି

ମାଲକାନଗିରି, ୨୫ା୬(ଓଡ଼ିଶା ଭାସ୍କର): ମାଲକାନଗିରି ସୀମାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଥିବା ସୂଚନା ମିଳିଛି । ସେମାନେ ରାସ୍ତା ନିର୍ମାଣକୁ ବିରୋଧ କରି ୬ଟି ଗାଡ଼ି ଜାଳି ଦେଇଛନ୍ତି । ସୁକମା କୁକାନାର ଥାନା ଧନିକୋର୍ତ୍ତା ଗ୍ରାମରେ ଗାଡ଼ି ଜାଳିଦେଇ ଥିବା ସୂଚନା ରହିଛି । ମାଓବାଦୀମାନେ ରାସ୍ତା କାମକୁ ଆଗରୁ ବିରୋଧ କରିଆସୁଥିଲେ କିନ୍ତୁ ଅନ୍ୟପଟେ ରାସ୍ତା କାମ ଜୋରସୋରରେ ଚାଲିଥିଲା । ରାସ୍ତା କାମ ଚାଲିବା ସୂଚନା ମିଳିବା ପରେ ମାଓବାଦୀମାନେ ରାସ୍ତା କାମରେ ନିୟୋଜିତ ଥିବା ୬ଟି ଗାଡ଼ି ଜାଳି ଦେଇଛନ୍ତି । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।

Get real time updates directly on you device, subscribe now.