fbpx

ମରିଗଲା ବିବେକ ଆଉ ମଣିଷପଣିଆ: ପଞ୍ଜାବରେ ୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ପଞ୍ଜାବ: ଏକ ଅଭାବନୀୟ ଘଟଣାକୁ ନେଇ ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଇଛି ପଞ୍ଜାବ ହୋଶିୟାରପୁର ଅଞ୍ଚଳ । ଜଣେ ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ୪ ଜଣ କିଶୋର ବାଳିକାକୁ ଅନେକ ଥର ବଳାତ୍କାର କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ତେବେ ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁଯାୟୀ, ମାମଲାର ତଦନ୍ତ ଭିତରେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ତେବେ ଏମାନଙ୍କ ବୟସ ୧୦-୧୧ ବର୍ଷ ହୋଇଥିବା ଜଣାପଡିଛି । ପୀଡିତା ଜଣକ ସମସ୍ତ ଘଟଣା ଘରଲୋକଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ମାମଲା ରୁଜୁ କରି ଏମାନଙ୍କୁ ପୋଲିସ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତଙ୍କୁ ପଚରାଉଚରା ମଧ୍ୟ ଜାରି ରହିଛି । ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୪ ବର୍ଷର ଜଣେ ବାଳକ ଫେରାର ଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.