fbpx

ପୁଣେରେ ଚିହ୍ନଟ ହେଲା ଜୀକା ଭାଇରସ, ୨ ଗର୍ଭବତୀ ମହିଳା ବି ସାମିଲ, ଜାଣନ୍ତୁ ଲକ୍ଷଣ ଏବଂ କାରଣ

Advertisement

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୁଣେରେ ଜୀକା ଭାଇରସ ବ୍ୟାପିବାରେ ଲାଗିଛି । ଏହି ଭାଇରସ ଦ୍ୱାରା ପୀଡିତ ୬ ରୋଗୀ ସାମ୍ନାକୁ ଆସିଛନ୍ତି । ଯେଉଁଥିରେ ଦୁଇ ଗର୍ଭବତୀ ମହିଳା ସାମିଲ ଅଛନ୍ତି । ଜଣେ ୨୮ ବର୍ଷୀୟ ଗର୍ଭବତୀ ମହିଳା ଏରଣ୍ଡୱାର ନିବାସୀ ଅଟନ୍ତି । ସେହିଭଳି ଅନ୍ୟ ଜଣେ ମହିଳା ୧୨ ସପ୍ତାହର ଗର୍ଭବତୀ ଅଟନ୍ତି । ଏହି ଦୁଇଜଣଙ୍କ ମଧ୍ୟରୁ ଜୀକା ଭାଇରସ ସଂକ୍ରମଣ ମିଳିଛି । ହେଲେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଛି ।
ହେଲଥ ଏକ୍ସପର୍ଟଙ୍କ ଅନୁଯାୟୀ, ଗର୍ଭବତୀ ମହିଳାଙ୍କ ପାଇଁ ଏହି ଭାଇରସ ସଂପର୍କରେ ଆସିବା ବିପଦପୂର୍ଣ୍ଣ ଅଟେ । ଏଥିରେ ଭ୍ରୃଣରେ ମାଇକ୍ରୋସଏଫେଲୀ ହୋଇପାରେ । ଏହି ପରିସ୍ଥିତିରେ ପେଟରେ ବଢୁଥିବା ଶିଶୁର ମସ୍ତିସ୍କର ଅସାମାନ୍ୟ ବିକାଶ କାରଣରୁ ମୁଣ୍ଡ ଛୋଟ ହୋଇଯାଇଥାଏ ।

ୱାଲର୍ଡ ହେଲଥ ଅର୍ଗାନାଇଜେସନ ମୁତାବକ ଏହି ଭାଇରସ ଏଡିଜୀ ମଶା କାମୁଡିବାରୁ ପ୍ରସାରିତ ହୋଇଥାଏ । ଜୀକା ଭାଇରସ ମଶାକୁ ନିଜର ଜରିଆ କରିଥାଏ । ମଶା ଆମ ଶରୀରରେ ପ୍ରବେଶ କରି ଆମ କୋଶିକାମାନଙ୍କୁ ବ୍ୟବହାର କରି ନିଜେ ଅନେକ କପି ପ୍ରସ୍ତୁତ କରିଥାଏ । ଅର୍ଥାତ ନିଜର ବଂଶ ଆମମାନଙ୍କୁ ଭିତରେ ଛାଡିଦେଇଥାଏ । ଏଡିଜୀ ମଶା କାମୁଡିବା ଦ୍ୱାରା ଆମକୁ ଡେଙ୍ଗୁ, ୟେଲୋ ଫିଚର ଏବଂ ଚିକେନଗୁନିଆ ହୋଇଥାଏ । ଏହି ତିନୋଟି ଭାଇରସ ଏକାପରି ।

ଲକ୍ଷଣ: ଶରୀରରେ ଲାଲ ଦେଖାଯିବା ।
ଜ୍ୱର ଆସିବା
ମାଂସପେଶୀ ଏବଂ ହାଡ ବିନ୍ଧା ହେବା ।
ମୁଣ୍ଡ ବିନ୍ଧା ହେବା ।
ଆଖିର ଧଳା ଭାଗ ଲାଲ ପଡିଯିବ ।
ଜୀକା ଭାଇରସରେ ପୀଡିତ ୫ରୁ ଜଣେ ବ୍ୟକ୍ତିଙ୍କ ପାଖେ ଲକ୍ଷଣ ଦେଖାଯାଏ । ଯାହା ପାଖେ ଲକ୍ଷଣ ଦେଖାଯାଏ ସେପରି ଲୋକେ ବହୁତ କମ ଅଛନ୍ତି । ଯେଉଁ କାରଣରୁ ଲୋକଙ୍କୁ ବୁଝାପଡିନଥାଏ ।

Get real time updates directly on you device, subscribe now.