Breaking: ଉତ୍କର୍ଷ ଓଡ଼ିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ, ପ୍ରଧାନମନ୍ତ୍ରୀଙ୍କ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ଆସନ୍ତା ୨୮ରୁ ଆରମ୍ଭ ହେଉଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭ। ଯୋଗଦେବେ ଅଦାନୀ, ଜିନ୍ଦଲ ଭଳି ବହୁ ବଡ଼ ବଡ଼ କମ୍ପାନି। ଏଥିପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ। ସୂଚନା ଦେଲେ ପିନାକ ମିଶ୍ର।

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ। ସୂଚନା ଦେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର। ବିଭିନ୍ନ ରାଙ୍କର ୪୦୦ରୁ ଉର୍ଦ୍ଧ୍ୱ ଅଫିସର ମୁତୟନ ହେବେ। ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

ଆସନ୍ତା ୨୮ରୁ ଆରମ୍ଭ ହେଉଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗଦେବେ ଅଦାନୀ, ଜିନ୍ଦଲ ଭଳି ବହୁ ବଡ଼ ବଡ଼ କମ୍ପାନି। ପାଖାପାଖି ୧୦୦ କମ୍ପାନି ସହ ଏମଓୟୁ ହେବ।

ଉତ୍କର୍ଷ ଓଡ଼ିଶାରୁ ଆସିବ ୫ ଲକ୍ଷ କୋଟିର ନିବେଶ। ଏହି କନକ୍ଲେଭକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବେ। ଶିଳ୍ପପତି, ସାତ ହଜାର ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି, ୧୬ରୁ ଅଧିକ ଦେଶର କୂଟନୀତିଜ୍ଞ ଓ ପ୍ରତିନିଧିଙ୍କୁ ନେଇ ଭୁବନେଶ୍ବର ଜନତା ମଇଦାନରେ ଚାଲିବ ଉତ୍କର୍ଷ ଓଡିଶା କନକ୍ଲେଭ।

ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯାହାର ସୂଚନା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ପିନାକ ମିଶ୍ର।