fbpx
BSKY SKY
BSKY SKY

ପ୍ରକୃତିର କରିସ୍ମା! ୬୨ ବର୍ଷୀୟ ବୃଦ୍ଧ ହେଲେ ୩ ପିଲାଙ୍କ ପିତା, ଜାଣନ୍ତୁ କିପରି ହେଲା ଚମତ୍କାର

BSKY

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ଘରକୁ ଆସିଛି ଖୁସି ଖବର । ବୃଦ୍ଧଙ୍କ ୩୦ ବର୍ଷୀୟା ପତ୍ନୀ ଏକାଥରକେ ୩ ପିଲଶ ଜନ୍ମ ଦେଇଛନ୍ତି । ସମସ୍ତ ଶିଶୁଙ୍କ ଅବସ୍ଥା ଟିକେ ଦୁର୍ବଳ ଥିବା କାରଣରୁ ସେମାନଙ୍କୁ ଡାକ୍ତରଖାନାର ଶିଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଜିଲ୍ଲାର ଉଚେରା ବ୍ଲକ ଅନ୍ତର୍ଗତ ଅଟାରଭେଡିଆ ଖୁର୍ଦ ଗ୍ରାମ ନିବାସୀ ଗୋବିନ୍ଦ କୁଶୱା (୬୦ ବର୍ଷ) ଙ୍କ ୩୦ ବର୍ଷିୟା ପତ୍ନୀ ହିରାବାଇ କୁଶୱା ମଙ୍ଗଳବାର ସକାଳେ ୩ ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରକୃତରେ ବୃଦ୍ଧଙ୍କ ପତ୍ନୀ ହିରାବାଇ ସୋମବାର ରାତିରେ ପ୍ରସବ ପୀଡା ହେବାରୁ ତାଙ୍କୁ ଶୀଘ୍ର ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ପ୍ରସୂତି ୱାର୍ଡରେ ଭର୍ତ୍ତି କରିଥିଲେ ଏବଂ ମଙ୍ଗଳବାର ସକାଳେ ହିରାବାଇ ସିଜର ଦ୍ୱାରା ତିନି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।

୩ ସନ୍ତାନର ଜନ୍ମ ବିଷୟରେ ଶୁଣିବା ପରେ ବୃଦ୍ଧ ସ୍ୱାମୀଙ୍କ ମୁହଁ ଖୁସିରେ ଭରି ଯାଇଥିଲା, ଅବଶ୍ୟ ତିନୋଟି ସନ୍ତାନର ଅବସ୍ଥା ଗୁରୁତର ରହିଛି । ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାର ନବଜାତ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତ ତିନୋଟି ଶିଶୁ ଚିକିତ୍ସିତ ହେଉଛନ୍ତି । ବୃଦ୍ଧ ଗୋବିନ୍ଦ କୁଶୱା କହିଛନ୍ତି ଯେ ସେ ଦୁଇଟି ବିବାହ କରିଛନ୍ତି, ପ୍ରଥମ ପତ୍ନୀଙ୍କ ନାମ କସ୍ତୁରିବାଇ (ବୟସ ୬୦ ବର୍ଷ) । ତାଙ୍କର ପ୍ରଥମ ପତ୍ନୀଙ୍କଠାରୁ ଏକ ପୁଅ ଥିଲା, ଯିଏ ୧୮ ବର୍ଷ ବୟସରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ଏହି ଘଟଣା ପରେ ପ୍ରଥମ ପତ୍ନୀ କସ୍ତୁରୀ ବାଇ ତାଙ୍କ ସ୍ୱାମୀଙ୍କୁ ହିରାବାଇଙ୍କ ସହ ବିବାହ କରିଥିଲେ । ପ୍ରାୟ ୬ ବର୍ଷ ପରେ ହିରାବାଇ ମଙ୍ଗଳବାର ସକାଳେ ୩ ସନ୍ତାନ ଜନ୍ମ ଦେଇଛନ୍ତି । ଏହି ତିନି ସନ୍ତାନର ଶୀଘ୍ର ସୁସ୍ଥ ହେବା ପାଇଁ ଗୋବିନ୍ଦ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

Get real time updates directly on you device, subscribe now.