fbpx
BSKY
BJD YOUTH SKY
BJD MS SKY

ଫୁଟିଲା ଗୁଳି : ପୂର୍ବ ଶତ୍ରୁତାକୁ ନେଇ ଘଟିଲା ଅଘଟଣ

ଫୁଲବାଣୀ : ପ୍ରତ୍ୟେକ ଦିନ ମଣିଷ ଜୀବନରେ ଛୋଟ/ବଡ଼ କିଛି ନା କିଛି ଅଘଟଣ ଘଟିଥାଏ । କିଏ ଆତ୍ମହତ୍ୟା କରେ, ତ କିଏ ହତ୍ୟାର ଶୀକାର ହୋଇଥାଏ । ସେହିପରି ଏକ ଖବର ସାମ୍ନାକୁ ଆସିଛି ଫୁଲବାଣୀରୁ । ଫୁଲବାଣୀର ଡ଼ାକପାଲା ମଝିଆ ସାହିର ଯୁବକ ଅଜିତ ପ୍ରଧାନଙ୍କୁ ବୀଜବନ ବିନ୍ଧାଣୀ ନାମକ ଜଣେ ଯୁବକ ପୂର୍ବ ଶତ୍ରୁତାକୁ ନେଇ ଗୁଳି ମାଡ଼ କରିଛନ୍ତି । ଏହାଫଳରେ ଅଜିତ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ପ୍ରଥମେ ଫୁଲବାଣୀର ହସ୍ପିଟାଲକୁ ନିଆ ଯାଇଥିଲା, ପରେ ସେଠାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସା୍ଥନାନ୍ତରିତ କରାଯାଇଥିଲା ।

ସୂଚନା ଅନୁଯାୟୀ , ଫୁଲବାଣୀ ଥାନା ଅର୍ନ୍ତଗତ ଡ଼ାକପାଲା ଗାଁରେ ପୁର୍ବଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଆହତ ହୋଇଥିବା ଅଜିତଙ୍କ କହିବା ଅନୁସାରେ ମଙ୍ଗଳବାର ରାତିରେ ସେ ଉପରସାହିରେ ରହୁଥିବା ତାଙ୍କ ମାଆଙ୍କ ପାଖକୁ ଯାଇଥିଲେ । ଏହି ସମୟରେ ବୀଜବନ ବିନ୍ଧାନୀ ଅଜୟଙ୍କୁ ଏକୁଟିଆ ଥିବା ଦେଖି ଦୁଇ ରାଉଣ୍ଡ ଗୁଳିର ବର୍ଷା କରିଥିଲେ । ଗୁଳିର ଶବ୍ଦ ଶୁଣି ସାହିର ଲୋକ ଏକତ୍ରିତ ହୋଇଯାଇଥିଲେ । ଏହାପରେ ଅଜିତଙ୍କୁ ସେଠାରୁ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ । କିନ୍ତୁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ ।

ଖବର ପାଇ ପୋଲିସ ଡାକପାଲା ଗାଁକୁ ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିବା ବେଳେ ବୀଜବନ ସେଠାରୁ ଫେରାର ହୋଇଯାଇଥିଲା । ତେବେ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଆହତଙ୍କ ଘରଲୋକ ଦାବି କରିଛନ୍ତି ।

Get real time updates directly on you device, subscribe now.