fbpx
BSKY SKY
BSKY SKY

ଇନଷ୍ଟାଗ୍ରାମର ନୂତନ ଅପଡେଟ : ୩୦ ସେକେଣ୍ଡର ଦେଇପାରିବେ ଗୀତ

BSKY

ନୁଆଦିଲ୍ଲୀ : ଆଜିର ଯୁଗ ଡିଜିଟାଲର ଯୁଗ । ବର୍ତ୍ତମାନ ଛୋଟ ଛୁଆରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ଡ଼ିଜିଟାଲ ପ୍ଲାଟ ଫର୍ମ ବ୍ୟବହାର କରୁଛନ୍ତି । ଫେସବୁକ, ଟେଲିଗ୍ରାମ, ଇନଷ୍ଟାଗ୍ରାମ ଆଦି ବ୍ୟବହାର କରିବା ଲୋକଙ୍କ ସୌକ ପାଲଟିଗଲାଣି । ଇନଷ୍ଟାଗ୍ରାମ ଏବେ ୟୁଜର୍ସଙ୍କ ପାଇଁ ଖୁସି ଖବର ନେଇ ଆସିଛି । ଏହାର ବ୍ୟବହାରକାରୀମାନେ ବର୍ତ୍ତମାନ ଏଥିରେ ୩୦ ସେକେଣ୍ଡର ଗୀତ କ୍ଳିପ୍ ନୋଟରେ ଯୋଡ଼ି ପାରିବେ ।

ସୂଚନା ଅନୁସାରେ , ମଙ୍ଗଳବାର ଦିନ ଜୁକରବର୍ଗ ମେଟାର ବ୍ରୋଡକାଷ୍ଟ ଚ୍ୟାନାଲ ମାଧ୍ୟମରେ ଏକ ବାର୍ତ୍ତା ପୋଷ୍ଟ କରି କହିଛନ୍ତି ଯେ, ବର୍ତ୍ତମାନ ଇନଷ୍ଟାଗ୍ରାମରେ ବ୍ୟବହାରକାରୀ ନିଜର ପ୍ରିୟ ଗୀତର ୩୦ ସେକେଣ୍ଡ କ୍ଳିପ୍ ନୋଟରେ ଯୋଡ଼ି ପାରିବେ । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ବ୍ୟବହାରକାରୀଙ୍କ ନିକଟତର ହେବାରେ ସାହାଯ୍ୟ କରିବ ।

ଇନଷ୍ଟାଗ୍ରାମର ନୋଟସ୍ ହେଉଛି ୬୦ ଅକ୍ଷରର ଛୋଟ ପୋଷ୍ଟ । ଏଥିରେ ଟେକ୍ସଟ ଏବଂ ଇମୋଜି ମଧ୍ୟ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.