fbpx
BSKY SKY
BSKY SKY

ଛାତ୍ରଛାତ୍ରୀଙ୍କ ଲାଗି ଲକି ଚାର୍ମ ଏହି ଲାଇବ୍ରେରୀ, ୬ ମାସ ପଢି ପାଉଛନ୍ତିି ବଡ ପଦପଦବୀରେ ନିଯୁକ୍ତି

BSKY

ନୂଆଦିଲ୍ଲୀ:ବିହାରର ବକ୍ସର ଜିଲ୍ଲାରେ ଏପରି ଏକ ଲାଇବ୍ରେରୀ ଖୋଲାଯାଇଛି ଯେଉଁଠାରେ ପଢି ଏବେ ପ୍ରାୟ ପିଲା ବଡ ବଡ ସରକାରୀ ପଦ ପଦବୀରେ ଆସୀନ ହୋଇ ପାରିଛନ୍ତି । ଏଠି ପଢୁଥିବା  ବହୁ ଛାତ୍ର ଛାତ୍ରୀ  ମାତ୍ର ୬ ମାସର ପ୍ରସ୍ତୁତିରେ ପ୍ରତିଯୋଗିତା ପରୀକ୍ଷାରେ ଭଲ ମାର୍କ ରଖି ଉଚ୍ଚ ପଦ ପଦବୀରେ ଚାକିରି ପାଇଛନ୍ତି ।

ଆମେ କହୁଛୁ ଆଇଟିଆଇ ଫିଲ୍ଡରେ ଥିବା ଜିଲ୍ଲା ନିଯୁକ୍ତି କେନ୍ଦ୍ର କଥା । ଯେଉଁଠାରେ ପୂର୍ବରୁ ବେକାର ଯୁବକ ଯୁବତୀଙ୍କ କ୍ୟାମ୍ପ ଲଗାଯାଇ ଚାକିରି ଦିଆଯାଉଥିଲା । ଏବେ ସେଠାରେ ଲାଇବ୍ରେରୀ ନିର୍ମାଣ କରାଯାଇଛି । ଏଠାରେ ଥିବା ନିଯୁକ୍ତି କେନ୍ଦ୍ର ଭବନରେ ପୁସ୍ତକାଳୟ ତିଆରି କରାଯାଇଛି । ଏହି ପୁସ୍ତକ କେନ୍ଦ୍ରରେ ବହୁ ମୂଲ୍ୟବାନ ପୁସ୍ତକ ରହିଛି । ଏହା ବ୍ୟତିତ ଲାଇବ୍ରେରୀର ଶାନ୍ତ ବାତାବରଣ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ପଢିବାର ବ୍ୟବସ୍ଥା କରାଯାଇଛି । ବକ୍ସର ଜିଲ୍ଲା ନିଯୁକ୍ତି କେନ୍ଦ୍ରକୁ ବି ମଡେଲ୍ କ୍ୟାରିୟର ସେଣ୍ଟର ଭାବରେ ଅପଡେଟ୍ କରିଦିଆଯାଇଛି ।

ଏଠାରେ ଏକ କ୍ୟାରିୟର ଇନଫର୍ମେସନ ସେଣ୍ଟର ମଧ୍ୟ ପରିଚାଳନା କରାଯାଉଛି ଯେଉଁଠି ସୁସଜ୍ଜିତ କରି ପୁସ୍ତକ ମାନ ରଖାଯାଇଛି । ଏହି ପୁସ୍ତକ ମଧ୍ୟରେ କ୍ୟାରିୟର ଆଧାରିତ ପ୍ରତିଯୋଗୀ ପରୀକ୍ଷା ପୁସ୍ତକ, ପତ୍ର ପତ୍ରିକା ସହିତ ବିଭିନ୍ନ ସମାଚାର ପତ୍ର ମାଗଣାରେ ପଢିବାର ସୁଯୋଗ ମିଳିଥାଏ । ଏହା ସହିତ ଏକ ସୁନ୍ଦର ଭବିଷ୍ୟତର ସନ୍ଧାନରେ ଥିବା ଛାତ୍ରଛାତ୍ରୀଙ୍କୁ ଏଠାରେ ପରାମର୍ଶ ଓ ମାର୍ଗଦର୍ଶନ ବି ଦିଆଯାଉଛି । ଏହି ମଡେଲ୍ କ୍ୟାରିୟର ସେଣ୍ଟରରେ ଏକ ସଙ୍ଗେ ୫୦ ଜଣ ଛାତ୍ର ଲାଇବ୍ରୋରୀର ଫାଇଦା ଉଠାଇପାରିବେ ।

ଛାତ୍ରଙ୍କ ମାର୍ଗଦର୍ଶନ ଲାଗି ଏଠାରେ କାଉନସେଲର ବି ରହିଛନ୍ତି । ଏମାନଙ୍କ ସାହାଯ୍ୟରେ ଯୁବବର୍ଗଙ୍କୁ ରୋଜଗାର ସମ୍ବନ୍ଧୀୟ ମାର୍ଗଦର୍ଶନ କରାଯାଇଥାଏ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଲାଇବ୍ରେରୀ ଖୋଲା ରହିଥାଏ । ପ୍ରତିଯୋଗିତା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏହିି ସମୟରେ ଏଠାକୁ ଆସି ଅଧ୍ୟୟନ କରିଥାନ୍ତି । ଏଥିପାଇଁ ବିଦ୍ୟାର୍ଥୀଙ୍କୁ ମହତ୍ତ୍ୱପୂର୍ଣ୍ଣ ପୁସ୍ତକ ସହିତ ଇଂରାଜୀ ଓ ହିନ୍ଦୀ ନ୍ୟୃୁଜପେପର ମଧ୍ୟ ପ୍ରଦାନ କରାଯାଇଥାଏ । ଏଠାରେ ଦିଆଯାଉଥିବା ସୁବିଧା ଓ ପରିଶ୍ରମ ବଳରେ ପ୍ରତିଯୋଗୀ ପରୀକ୍ଷାରେ ଭଲ କରିଥାଏ ।

Get real time updates directly on you device, subscribe now.