ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୬୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୭୨ ଓ ସ୍ଥାନୀୟ ଅଞ୍ଚଳରୁ ୨୬୬ ଜଣ ଚିହ୍ନଟ ହେବା ସହ ୯୩ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୮୦୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୭ ହଜାର ୭୯୦ ରହିଥିବା ବେଳେ ୬ ହଜାର ୯୦୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 6th September
New Positive Cases: 638
Of which 0-18 years: 93
In quarantine: 372
Local contacts: 266(Details of local contacts will be shared by concerned Dist Administration)
District Wise Cases:
1. Angul: 17
2. Balasore: 33
3. Bargarh: 7
4. Bhadrak: 14— I & PR Department, Odisha (@IPR_Odisha) September 7, 2021
21. Mayurbhanj: 22
22. Nawarangpur: 4
23. Nayagarh: 2
24. Puri: 18
25. Rayagada: 4
26. Sambalpur: 14
27. Sonepur: 2
28. Sundargarh: 15
29. State Pool: 52New recoveries: 727
Cumulative tested: 18534435
Positive: 1012805
Recovered: 997790
Active cases: 6900— I & PR Department, Odisha (@IPR_Odisha) September 7, 2021