fbpx

ରାଜ୍ୟରେ ଆଉ ୬୯ ମୁଣ୍ଡ ନେଲା କରୋନା; ମୃତ୍ୟୁ ସଂଖ୍ୟା ୭୮୩୪

ଭୁବନେଶ୍ୱର (ଓଡ଼ିଆ ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁ ନାହିଁ । ବିଗତ ଦୁଇ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ କମ୍ ରହିଛି । ରାଜ୍ୟରେ ୬୯ ମୃତ୍ୟୁ ଘଟିଥିବା ବେଳେ କଟକରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୭୮୩୪ରେ ପହଞ୍ଚିଛି ।

କଟକରେ ସର୍ବାଧିକ ୧୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନୁଗୁଳରେ ୧୦, ଜଗତସିଂହପୁରରୁ ୯, ମୟୁରଭଞ୍ଜ ଓ ନୟାଗଡରୁ ୫ , ବାଲେଶ୍ୱର, ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ଭଦ୍ରକ ଓ ଯାଜପୁରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ, ପୁରୀରୁ ୨ ଜଣ ଓ କେନ୍ଦୁଝରରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.