fbpx

ନଭେମ୍ବର ୧୫ରୁ ଷଷ୍ଠ, ସପ୍ତମ ପାଠପଢ଼ା

ଭୁବେନଶ୍ୱର: ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ । ୧୫ରେ ହେବ କ୍ଲାସରୁମ ପାଠପଢ଼ା । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡ୍ ଗାଇଡଲାଇନ ଭିତରେ ପାଠପଢ଼ା ହେବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସକାଳ ସାଢ଼େ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହେବ ପାଠପଢ଼ା । ଅନଲାଇନରେ ମଧ୍ୟ କ୍ଲାସ ଜାରି ରହିବ । ପିଲାମାନେ ଉଚ୍ଛାନୁସାରେ ଅନଲାଇନ ବା ସ୍କୁଲ ଆସି ପାଠ ପଢ଼ିପାରିବେ । ପୂର୍ବରୁ ଦୀପାବଳି ପରେ ଖୋଲିବାକୁ ହୋଇଥିଲା ନିଷ୍ପତ୍ତି । ପୂର୍ବରୁ ଦୀପାବଳି ପରେ ଖୋଲିବାକୁ ହୋଇଥିଲା ନିଷ୍ପତ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟରୁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ତେବେ ବର୍ତ୍ତମାନରେ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେବାପରେ ପର୍ଯ୍ୟାୟକ୍ରମେ ଖୋଲୁଛି ଶିକ୍ଷାନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ନବମ ଏବଂ ଏକାଦଶ ଶେଣୀ ଖୋଲିଥିଲା ।

Get real time updates directly on you device, subscribe now.