fbpx

କୋଣାର୍କ ଏକ୍ସପ୍ରେସ ଧକ୍କାରେ ପ୍ରାଣ ହରାଇଲେ ୭ ଯାତ୍ରୀ

Advertisement

ରେଳ ଧାରଣାରେ ବୁଲିବା ପଡିଛି ମହଙ୍ଗା । ଟ୍ରେନ ଧକ୍କାରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର କୋଣାର୍କ ଏକ୍ସପ୍ରେସ ଧକ୍କାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଶ୍ରୀକାକୁଲମ ଜିଲ୍ଳାର ଚିପୁରୁପାଲ୍ଲୀଠାରେ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ୱରରୁ ମୁମ୍ବାଇ ଯାଉତିବା ବେଳେ ଦୁର୍ଘଟରାର ଶିକାର ହୋଇଛି କୋଣାର୍କ ଏକ୍ସପ୍ରେସ ।
ଅନ୍ୟ ଲାଇନରେ ଅଟକି ରହିଥିବା ଏକ ଟ୍ରେନର ଯାତ୍ରୀଙ୍କଚୁ ଧକ୍କା ଦେଇଛି କୋଣାର୍କ ଏକ୍ସପ୍ରେସ । ଏହି ଧକ୍କାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସିକନ୍ଦରାବାଦରୁ ଗୌହାଟି ଯାଉଥିବା ବେଳେ ଅଟକି ରହିଥିବା ଏକ ଟ୍ରେନ ସହ କୋଣାର୍କ ଏକ୍ସପ୍ରେସ ଧକ୍କା ଦେଇଥିଲା । ତେବେ ପ୍ରାଣ ହରାଇଥିବା ଏହି ଯାତ୍ରୀମାନେ ଗାଡିରୁ ଓହ୍ଲାଇ ଧାରଣାରେ ବୁଲୁତିବା ଜଣାଯାଇଛି । ଏହି ସମୟରେ କୋଣାର୍କ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇତିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.