ପୁରୀ, ୨୩ା୨(ଓଡିଶା ଭାସ୍କର): ପିପିଲି ଓ ଡେଲାଙ୍ଗବାସୀଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ୨ଟି ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨ଟି ବ୍ଳକ ପାଇଁ ମୁଖ୍ୟମନ୍ତ୍ରୀ ୭୦ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ପିପିଲି ଓ ଡେଲାଙ୍ଗ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ପିପିଲି ଓ ଡେଲାଙ୍ଗାର ବିକାଶକୁ ଏହା ଆଗକୁ ନେବ । ମହିଳା ଓ ଗାଁର ବିକାଶ ଉପରେ ଫୋକସ କରିଆସିଛି । ଗରିବଙ୍କ ମୁହଁରେ ହସ ଫୁଟାଇବା ମୋତେ ଅଧିକ ସନ୍ତୋଷ ଦେଇଥାଏ । କରୋନା ବେଳେ ମିଶନ ଶକ୍ତି ମା’ମାନେ ଭଲ କାମ କରିଛନ୍ତି । କରୋନାକୁ ନଡରି ଚାଷୀ ଭାଇମାନେ କାମ କରିଛନ୍ତି ।’ କରୋନା ସମୟରେ କୋଭିଡ ଗାଇଡଲାଇନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଉଦଘାଟନ ସମୟରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।