ପୁରୀ: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ ଆଜି ବସିଥିଲା । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ବସିଥିଲା ସୁରକ୍ଷା ବୈଠକ ।
ସ୍ନାନ ପୂର୍ଣ୍ଣିମା ନାଇଁ ପରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ । ୪ ଏସପି ର୍ୟାଙ୍କ କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ରହିବେ ।
ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ବ୍ୟବସ୍ଥା ଉପରେ ପ୍ରଶାସନର ଫୋକସ୍ । ବର୍ତ୍ତମାନଠାରୁ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।
୧୧ ତାରିଖରେ କାଳିଆ ଠାକୁରଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବାକୁ ଅଛି । ତା’ ପୂର୍ବରୁ ସଠିକ ବ୍ୟବସ୍ଥା କରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।