ଚଳିତ ଶିକ୍ଷାବର୍ଷରେ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ, ଅକ୍ଟୋବର ୨୧ରୁ ୨୮ ପୂଜା ଛୁଟି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ଥିବା ବେଳେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ ଓ ପ୍ରତି ମହାବିଦ୍ୟାଳୟଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ ହେବ। ଏନେଇ ମଧ୍ୟରେ ରାଜ୍ୟ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

ଅକ୍ଟୋବର ଶେଷ ସମ୍ମିଳନୀ କରା ସପ୍ତାହରେ ମିଡ୍ ସେମିଷ୍ଟରର ଅଡ୍ ସେମିଷ୍ଟର ପରୀକ୍ଷା ହେବାକୁ ପ୍ରକାଶ ପାଇବ ଥିବା ବେଳେ ଫେବ୍ରୁଆରି ଶେଷ ସପ୍ତାହରେ ଇଭେନ୍ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କ ସ ପରୀକ୍ଷା କରାଯିବ । ନଭେମ୍ବର ୧ରୁ ୧୦ ମଧ୍ଯରେ ବାର୍ଷିକ କ୍ରୀଡ଼ା/ ୫ରୁ ଜୁନ୍ ୧୯ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଡିସେମ୍ବର ୧ରୁ ୧୨ ମଧ୍ୟରେ ରାଜ୍ୟସ୍ତରୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ହେବ । ୨୦୨୪ ଜାନୁଆରି ଶେଷ ସପ୍ତାହରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ କରାଯିବ। ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ। ପ୍ରତି ସୋମବାରରେ ୟୁଜି ଓ ମଙ୍ଗଳବାରରେ ପିଜି ଛାତ୍ରଛାତ୍ରୀଙ୍କ ସାପ୍ତାହିକ କର୍ମଶାଳା ଆୟୋଜିତ ହେବ। ୨୦୨୪ ମେ’ ୫ରୁ ଜୁନ୍ ୧୯ ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଏକଡେମିକ୍ କ୍ୟାଲଣ୍ଡରରେ ସୂଚନା ଦିଆଯାଇଛି।