fbpx

ପୁଣି ଡରାଉଛି କରୋନା: ୨୪ ଘଣ୍ଟାରେ ବାହାରିଲେ ୭୫୮୪ ପଜିଟିଭ, ମହାରାଷ୍ଟ୍ର ଓ କେରଳ ଅବସ୍ଥା ସଙ୍କଟାପନ୍ନ

Advertisement

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ନେଇ ସରକାରଙ୍କ ଚିନ୍ତା ବଢିଛି । ଗତ ୨୪ଘଣ୍ଟାରେ କରୋନାର ୭ହଜାର ୫୮୪ ନୂଆ କେସ ଦେଖିବାକୁ ମିଳିଛି । ତେବେ ଗତ କାଲି ତୁଳନାରେ ଏହା ୪.୮ ପ୍ରତିଶତ ଅଧିକ ଥିବା ଜଣା ପଡ଼ିଛି । ସେହିପରି ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସର ୪,୩୨,୦୫,୧୦୬ ସକ୍ରିୟ ମାମଲା ରହିଥିବାବେଳେ ମହାରାଷ୍ଟ୍ର ଏବଂ କେରଳରେ କରୋନାର ସବୁଠାରୁ ଅଧିକ ମାମଲା ଦେଖିବାକୁ ମିଳିଛି ।

ଅଧିକ ସଂକ୍ରମିତ ଥିବା ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୨୮୧୩, କେରଳରେ ୨୧୯୩, ଦିଲ୍ଲୀରେ ୬୨୨, କର୍ଣ୍ଣାଟକରେ ୪୭୧ ଏବଂ ହରିୟାଣାରେ ୩୪୮ ସକ୍ରିୟ ମାମଲା ଦେଖିବାକୁ ମିଳିଛି । ଦେଶରେ ୮୫ ପ୍ରତିଶତ ସଂକ୍ରମିତ କେବଳ ଏହି ୫ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ କରୋନାରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଭାରତରେ କରୋନା ମହାମାରୀରେ ୫,୨୪,୭୪୭ଜଣ ପ୍ରାଣ ହରାଇଛନ୍ତି । କରୋନା ମାମଲାର ବଢୁଥିବା ହାରକୁ ଦେଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.