ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୭୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୪୩ ଓ ସ୍ଥାନୀୟ ଅଞ୍ଚଳରୁ ୩୧୮ ଜଣ ଚିହ୍ନଟ ହେବା ସହ ୧୦୧ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୫ ହଜାର ୩୦୨ ରହିଥିବା ବେଳେ ୮ ହଜାର ୯୧୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 22nd August
New Positive Cases: 761
Of which 0-18 years: 101
In quarantine: 443
Local contacts: 318(Details of local contacts will be shared by concerned Dist Administration)
District Wise Cases:
1. Angul: 16
2. Balasore: 52
3. Bargarh: 18— I & PR Department, Odisha (@IPR_Odisha) August 23, 2021
21. Nawarangpur: 1
22. Nayagarh: 12
23. Puri: 13
24. Rayagada: 5
25. Sambalpur: 20
26. Sonepur: 1
27. Sundargarh: 10
28. State Pool: 64New recoveries: 1078
Cumulative tested: 17544497
Positive: 1001698
Recovered: 985302
Active cases: 8917— I & PR Department, Odisha (@IPR_Odisha) August 23, 2021