fbpx

ଅଶରଫ ଘନିଙ୍କୁ ତାଲିବାନୀଙ୍କ ଆଶ୍ୱସ୍ତି ବାଣୀ, ଚାହିଁଲେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରିବେ

କାବୁଲ : ତାଲିବାନ କାବୁଲ ହାତେଇବା ପରେ ନାଗରିକ ଦେଶଛାଡି ପଳାୟନ କରୁଛନ୍ତି । ଏବେବି ସ୍ୱଭାବିକ ହୋଇନି ରାଜଧାନୀ କାବୁଲ । ତାଲିବାନମାନେ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରତି ଅଶରଫ ଘନି ସପରିବାରେ ଦେଶଛାଡି ପଳାୟନ କରିଥିଲେ । ରାଷ୍ଟ୍ରପତିଙ୍କ ଭଳି ଉପରାଷ୍ଟ୍ରତି ଅମଋଲ୍ଲାହ ସାଲେହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲାହ ମୋହିବ ମଧ୍ୟ ସୁରକ୍ଷିତ ଦେଶ ଛାଡି ପଳାଇଛନ୍ତି । ତେବେ ସେମାନଙ୍କ ସହ ତାଲିବାନଙ୍କ କୌଣସି ଶତ୍ରୁତା ନାହିଁ ଓ ଯଦି ଚାହିଁବେ ସେମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିାରନ୍ତି ବୋଲି ବରିଷ୍ଠ ତାଲିବାନୀ ନେତା ଖଲୀଲ ଉର ରହମାନ ହକ୍କାନୀ କହିଛନ୍ତି ।

ପାକିସ୍ତାନ ଜିଓ ନ୍ୟୁଜ୍‌ ସହ ଏକ ସାକ୍ଷାତକାରରେ ହକ୍କାନୀ ଏହା କହିଛନ୍ତି । ସେହିପରି ଯେଉଁ ନାଗରିକମାନେ ଦେଶଛାଡି ପଳାୟନ କରୁଛନ୍ତି ସେମାନେ ସେପରିନ କରନ୍ତୁ ବୋଲି ହକ୍କାନୀ କହିଛନ୍ତି । ତାଜିକ, ବଲୋଚ, ହଜାରା ଓ ପସ୍ତୁନ ସମସ୍ତେ ଆମର ଭାଇ । ଆଫଗାନିସ୍ତାନ ଆମର ଦେଶ ଓ ଆମେ କାହାକୁ ଡରି ଦେଶ ଛାଡି ପଳାଇ ଯାଇପାରିବାନି ବୋଲି ସେ କହିଛନ୍ତି । ଆମେରିକା ଯେଉଁ ତାଲିବାନ ବିରୋଧରେ ଯୁଦ୍ଧ ଲଢି ଥିଲା ଆମେ ସେହି ତାଲିବାନ ନୁହଁ । ଏଣୁ ଲୋକେ ଭୟଭୀତ ହୋଇ ପଳୟାନ ନ କରନ୍ତୁ ବୋଲି ହକ୍କାନୀ କହିଛନ୍ତି ।

ସେହିପରି ହକ୍କାନୀ ସବୁ ମୁସଲମାନ ଦେଶମାନଙ୍କୁ ପାରସ୍ପରିକ ସମ୍ପର୍କ ବୃଦ୍ଧି ଲାଗି ମଧ୍ୟ ଆହ୍ୱାନ ଦେଇଛନ୍ତି । ତାଲିବାନ ମଧ୍ୟ ସବୁ ଇସ୍ଲାମ ଧର୍ମାବଲମ୍ବୀ ଦେଶଙ୍କ ସହ ସୁସମ୍ପର୍କ ରକ୍ଷା କରିବାକୁ ଚାହେଁ । ଏଣୁ ମୁସଲମାନ ଦେଶମାନଙ୍କର ସେ ସହଯୋଗ ଚାହିଁଛନ୍ତି ।

Get real time updates directly on you device, subscribe now.