fbpx

ଥମୁନି ଶବ ଉଦ୍ଧାର, ତୁର୍କୀରେ ୭୭୦୦ ମୃତ୍ୟୁ, ଆନ୍ତର୍ଜାତୀୟ ପକ୍ଷରୁ ମିଳୁଛି ସହାୟତା

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ୭.୮ ତୀବ୍ରତାର ଭୁମିକମ୍ପ ପରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ହଜାର ହଜାର ଅଟ୍ଟାଳିକା ଭୂଷୁଡି ପଡିବା ହେତୁ ଅନେକ ଜୀବନ ମାଟି ତଳେ ଫସିରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭୭୦୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପହଁଚିଛି । ଭୁମିକମ୍ପ ପାଇଁ ଆହୁରୀ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରଯାଉଛି ।

ତୁର୍କୀର ଉପରାଷ୍ଟ୍ରପତି କହିଛନ୍ତି ଯେ, ସୋମବାର ଦିନ ଭୁକମ୍ପ ପରେ ତୁର୍କୀରେ ୫,୮୯୪ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୪,୮୧୦ ଜଣ ଆହତ ହୋଇଥିଲେ । ହେଲେ ବର୍ତ୍ତମାନ ତୁର୍କୀରେ ଭୁଷୁଡ଼ି ପଡ଼ିଥିବା ଅଟ୍ଟାଳିକାରୁ ୮,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ୩,୮୦,୦୦୦ ଲୋକ ସରକାରୀ ଆଶ୍ରୟସ୍ଥଳୀ କିମ୍ବା ହୋଟେଲରେ ଆଶ୍ରୟ ନେଇଛନ୍ତି ।

ତୁର୍କୀରେ ଭୁକମ୍ପ ପାଇଁ ଆନ୍ତର୍ଜାତୀୟ ରାଷ୍ଟ୍ର ସହାୟତାର ହାତ ବଢାଇଛନ୍ତି । ସର୍ବଶେଷ ପ୍ରତିଶ୍ରୁତିରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ କହିଛନ୍ତି ଯେ, ସେ ୬୦ ଜଣିଆ ଉଦ୍ଧାରକାରୀ ଦଳ ତଥା ଚିକିତ୍ସା ସାମଗ୍ରୀ ସହ ୫୦ ସୈନିକଙ୍କୁ ଶୀଘ୍ର ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ମଙ୍ଗଳବାର ସକାଳେ ପାକିସ୍ତାନ ସରକାର ତୁର୍କୀକୁ ରିଲିଫ ସାମଗ୍ରୀ ଏବଂ ୫୦ ଜଣିଆ ଉଦ୍ଧାରକାରୀ ଦଳ ପଠାଇଛନ୍ତି । ବୁଧବାର ଠାରୁ ପାକିସ୍ତାନ ଦୈନିକ ସହାୟତା ତୁର୍କୀ ଏବଂ ସିରିଆକୁ ପଠାଇବ ବୋଲି ପ୍ରତିଶ୍ରୁତି ଦେଇଛି । ସେହିପରି ଭାରତ ନିଜର ସହାୟତାର ହାତ ବଢାଇ କହିଛି ଯେ, ଅନୁସନ୍ଧାନକାରୀ କୁକୁର ଦଳ ସହ ଚିକିତ୍ସା କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳ ପଠାଇବ ବୋଲି ପ୍ରତିଶ୍ରୁତି ଦେଇଛି ।

Get real time updates directly on you device, subscribe now.