fbpx

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖବର: ବଜେଟ୍ ପରେ ହେବ ଏହି ଘୋଷଣା, ଦରମା ହୋଇଯିବ ଦ୍ୱିଗୁଣିତ!

Advertisement

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହୋଇଥିବା ବେଳେ ଏବର୍ଷ ସମସ୍ତଙ୍କ ପାଇଁ ସୁଖ-ସମୃଦ୍ଧି ଆଣିବ ବୋଲି ସମସ୍ତେ ଆଶା କରୁଛନ୍ତି । ନୂଆବର୍ଷ ନୂଆ କିରଣ ସହିତ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଅପଡେଟ ଆସିଛି । ଏହି ଅପଡେଟ ଅଧିନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ଦରମା ଶୀଘ୍ର ବଢ଼ିବାକୁ ଯାଉଛି । ପୂର୍ବରୁ ୨୦୨୨ ଶେଷ ସୁଦ୍ଧା ସରକାର ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା । କିନ୍ତୁ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଗଲା, ବର୍ତ୍ତମାନ ନୂଆ ବର୍ଷ ଏହି ବିଷୟରେ ଏକ ନିଷ୍ପତ୍ତି ହୋଇପାରେ । ସରକାରଙ୍କୁ ପକ୍ଷରୁ ଶୀଘ୍ର ଫିଟମେଣ୍ଟ ଫ୍ୟାକ୍ଟରକୁ ସଂଶୋଧନ କରିବାର ଦାବି ଗ୍ରହଣ କରାଯାଇପାରେ ।

ତେବେ ଫିଟମେଣ୍ଟ ଫ୍ୟାକ୍ଟରକୁ ପରିବର୍ତ୍ତନ କରିବା ପାଇଁ ଦୀର୍ଘ ଦିନ ଧରି କେନ୍ଦ୍ରୀୟ କର୍ମଚାରୀଙ୍କ ଦାବି ରହିଆସିଛି । ଏହା ଉପରେ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରସଙ୍ଗରେ ଅନେକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖବର ଅନୁଯାୟୀ, ସରକାର ଏହାକୁ ୨୦୨୪ ପୂର୍ବରୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ଏବଂ ବଜେଟ୍ ପରେ ମାର୍ଚ୍ଚ ୨୦୨୩ ରେ ଏହା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇପାରେ । ଏହା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବ ଓ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ବମ୍ପର ଜମ୍ପ ହେବ । ବର୍ତ୍ତମାନ ସରକାର ବଜେଟକୁ ଜନପ୍ରିୟ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ।

କହିବାକୁ ଗଲେ, ସରକାରୀ କର୍ମଚାରୀଙ୍କ ଦରମାରେ ଫିଟମେଣ୍ଟ ଫ୍ୟାକ୍ଟରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରେ ପରିବର୍ତ୍ତନ ସମଗ୍ର ଦରମାକୁ ପ୍ରଭାବିତ କରେ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟର୍ ଅନୁଯାୟୀ ୨.୫୭ ପ୍ରତିଶତ ଅନୁଯାୟୀ ଦରମା ପାଇଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ଠାରୁ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି । ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରିୟତା ଭତ୍ତା ମଧ୍ୟ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.