fbpx

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର ! ଏହି ମାସରେ ପୁଣି ବଢିବ ଦରମା, ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଭଲ ଓ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ପ୍ରତି ୬ ମାସରେ ବୃଦ୍ଧି କରନ୍ତି କେନ୍ଦ୍ର ସରକାର । ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି ଏହି ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ ।

ମୁଦ୍ରାସ୍ଫୀତି ଯେତେ ଅଧିକ, ମହଙ୍ଗା ଭତ୍ତା ସେତେ ଅଧିକ :-
କିଛି ଦିନ ପୂର୍ବରୁ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଏହି କାରଣରୁ କର୍ମଚାରୀଙ୍କ ବେତନରେ ବହୁତ ବୃଦ୍ଧି ଘଟିଥିଲା । ସେହିଭଳି ବର୍ତ୍ତମାନ ଏହି କର୍ମଚାରୀଙ୍କ ଦରମା ପୁଣି ଥରେ ବୃଦ୍ଧି ପାଇବ । ଖୁବ୍ ଶୀଘ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି ନେଇପାରନ୍ତି ।

ଡିଏ ପୁଣି ବୃଦ୍ଧି ପାଇବ :-
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଚଳିତ ବର୍ଷ ଜୁଲାଇରେ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି । ଡିଏ ଓ ଡିଆରକୁ ବର୍ଷରେ ୨ ଥର ଜାନୁଆରୀ ଓ ଜୁଲାଇରେ ସଂଶୋଧିତ କରାଯାଏ । ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ପ୍ରିୟତା ଭତ୍ତା ଦିଆଯାଏ । ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୬ ରେ ଶ୍ରମ ମନ୍ତ୍ରଣାଳୟ ଡିଏ କାଲକୁଲେସନ ଫର୍ମୂଲାରେ ସଂଶୋଧନ କରିଥିଲା ।

Get real time updates directly on you device, subscribe now.