fbpx

ଗୁଲାମଙ୍କ ପଛେ ପଛେ କଂଗ୍ରେସକୁ ଗୁଡବାଏ କହିଲେ ଆହୁରି ୮ବରିଷ୍ଠ ନେତା,ଗୁଲାମଙ୍କ ସେନା ପ୍ରସ୍ତୁତି ଆରମ୍ଭ!

ନୂଆଦିଲ୍ଳୀ:ବର୍ତ୍ତମାନ କଂଗ୍ରେସରେ ଚାଲିଛି ଦଳ ବାହୁଡା ପ୍ରକ୍ରିିୟା । ଯେତେ ବେଳେ ମୁରବୀ ଦଳକୁ ଗୁଡବାଏ କହିଛନ୍ତି ଆଉ ତାଙ୍କର ସହରହଣୀ ମାନେ କେମିତିବା ଆଉ ଦଳରେ ରହିବେ । ଗତକାଲି ସମସ୍ତଙ୍କୁ ଝଟକା ଆଉ କଂଗ୍ରେସ ଦଳକୁ ଶକ୍ତ ଚମାଟ ଟେ ମାରି କଂଗ୍ରେସ ଦଳରୁ ଆଜାଦ ହୋଇଥିଲେ ଗୁଲାମ ନବୀ ଆଜାଦ । ଆଉ ଆଜି ତାଙ୍କର ପଛେ ପଛେ ୮ଜଣ ବିଧାୟକ ଓ ମନ୍ତ୍ରୀ କଂଗ୍ରେସଦଳ ଛାଡିଛନ୍ତି । କାଶ୍କୀରର ୩ ଓ ଜମ୍ମୁର ୫ଜଣ ବରିଷ୍ଠ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ବର୍ତ୍ତମାନ କଂଗ୍ରେସ ଦଳର ଏଭଳି ଅବସ୍ଥା ଦେଖି ଲାଗୁଛି କଂଗ୍ରେସ ଦଳ ବୁଡି ଯିବାକୁ ବସିଲାଣି । ସେପଟେ କାଲି ଦଳ ଝାଡି ଗୁଲାମ କହିଛନ୍ତି ଯେ ସେ ବର୍ତ୍ତମାନ ଜମ୍ମୁ-କାଶ୍ମୀରକୁ ଫେରିବେ । ଏବଂ ଏଠାରେ ସେ ଏକ ଦଳ ଗଠନ କରିବେ । ତେବେ ଗୁଲାମଙ୍କ ଏହି ଘୋଷଣା କରେ କଂଗ୍ରେସର ବରିଷ୍ଠ ନେତା ତଥା ଗଲାମଙ୍କ ସମର୍ଥକ ମାନେ ତାଙ୍କ ଇସ୍ତଫା ଦେଇଛନ୍ତି ।

ନିଜ ଜୀବନ କାଳର ଦୀର୍ଘ ୫୦ ବର୍ଷ କେଉଁ ଦଳ କୁ ଦେବା ଆଦୌ ସହଜ କଥା ନୁହେଁ କିନ୍ତୁ ଯେଉଁ ନିଷ୍ଠା ଏବଂ କର୍ତ୍ତବ୍ୟପରାୟଣ ଭାବେ ଗୁଲାମ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଯେଉଁଭଳି କଣ ଠେସା କରାଯାଇଥିଲା ଏହି କଥାକୁ ନେଇ ସେ ତାଙ୍କର ସବୁ ରାଗ କାଲି ପ୍ରକାଶ କରିଥିଲେ । ଏହା ସହିତ ଗୁଲାମ କହିଛନ୍ତି ଦଳ ବର୍ତ୍ତମାନ ଯେଉଁଭଳି ଅବସ୍ଥାରେ ଅଛି ଆଉ ଯେଉଁ ମାନଙ୍କ ହାତରେ ଅଛି ଆଉ ସେଥିରୁ ମୁକ୍ତ ହେବା ସମ୍ଭବକର ନୁହେଁ । ସୂଚନାମୁତାବକ ଗତକାଲି ଗୁଲାମ ନବୀ ଆଜାଦ କଂଗେୟସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.