fbpx

ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଏହି ୮ଟି ଟିମ୍ ହୋଇସାରିଛନ୍ତି କ୍ୱାଲିଫାଇ, ଆଫଗାନିସ୍ତାନ ରହିଛି ସାମିଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୧ରେ ୱେଷ୍ଟଇଣ୍ଡିଜର ନୈରାଶ୍ୟଜନକ ଯାତ୍ରା ସମାପ୍ତ ହୋଇଯାଇଛି । ଶନିବାର ଦିନ ଅବୁଧାବିରେ ଖେଳାଯାଇଥିବା ମୁକାବିଲାରେ ୱେଷ୍ଟଇଣ୍ଡିଜ ୮ଟି ୱିକେଟରେ ଅଷ୍ଟ୍ରେଲିୟା ଠାରୁ ହାରିଛି । ଏହି ହାର୍ ସହିତ ୱେଷ୍ଟଇଣ୍ଡିଜ ଟିମ୍ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ର ସୁପର୍-୧୨ ଷ୍ଟେଜ୍ ପାଇଁ କ୍ୱାଲିଫାଇ କରିପାରିନାହାନ୍ତି ।

ତେବେ ୱେଷ୍ଟଇଣ୍ଡିଜର ଏହି ନୈରାଶ୍ୟଜନକ ପରାଜୟ ପରେ ଆଗାମୀ ଟି-୨୦ ବିଶ୍ୱକପ୍ ର ସୁପର୍ ୧୨ ଷ୍ଟେଜ୍ ପାଇଁ ସିଧା କ୍ୱାଲିଫାଇ କରିଥିବା ୮ଟି ଟିମ୍ ର ଘୋଷଣା କରାଯାଇଛି । ଏହି ୮ଟି ଟିମ୍ ମଧ୍ୟରେ ରହିଛନ୍ତି ମେଜବାନ୍, ଅଷ୍ଟ୍ରେଲିୟା, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ସାଉଥ୍ ଆଫ୍ରିକା, ଆଫଗାନିସ୍ତାନ ଏବଂ ବାଂଲାଦେଶର ନାଁ ସାମିଲ ରହିଛି ।

ଆଇସିସିର ନିୟମାନୁସାରେ, ବର୍ତ୍ତମାନର ଟି୨୦ ବିଶ୍ୱକପ୍ ର ସୁପର୍ ୧୨ର ୮ଟି ଟିମ୍ ଆଗାମୀ ସଂସ୍କରଣ ପାଇଁ କ୍ୱାଲିଫାଇ କରିବେ । ଏହି ୮ଟି ଟିମ୍ ମଧ୍ୟରୁ ବିଶ୍ୱକପ୍ ୨୦୨୧ ର ବିଜେତା ଓ ଉପବିଜେତା ସାମିଲ ହେବେ । ଏହା ସହିତ ନଭେମ୍ବର ୧୫ ସୁଦ୍ଧା ଆଇସିସି ମେନ୍ସ ଟି୨୦ ରାଙ୍କିଙ୍କ୍ ଆଧାରରେ ୬ଟି ଅନ୍ୟ ଟିମ୍ କୁ ବି ସାମିଲ କରାଯିବ ।

ଶନିବାର ଦିନ ହୋଇଥିବା ମୁକାବିଲା ପରେ ଟି୨୦ ରାଙ୍କିଙ୍କ୍ ରେ ଇଂଲଣ୍ଡ, ପାକିସ୍ତାନ, ଭାରତ, ନ୍ୟୁଜିଲାଣ୍ଡ, ସାଉଥ୍ ଆଫ୍ରିକା, ଅଷ୍ଟ୍ରେଲିୟା ଟପ୍-୬ରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି । ଏହାସହିତ ବାଂଲାଦେଶ ଓ ଆଫଗାନିସ୍ତାନ ଟିମ୍ ମଧ୍ୟ ନିର୍ଦ୍ଧାରିତ କଟ୍ ଅଫ୍ ପର୍ଯ୍ୟନ୍ତ ଟପ୍-୮ରୁ ବାହାର ହୋଇପାରିବ ନାହିଁ ।

Get real time updates directly on you device, subscribe now.