fbpx

୨୦୨୩ ବିଶ୍ୱକପର ୮ଟି ଅଭୁଲା ରେକର୍ଡ: ବର୍ଷ ବର୍ଷ ପାଇଁ ମନେରଖିବେ କ୍ରୀଡ଼ାପ୍ରେମୀ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ତେବେ ବିଶ୍ୱକପରେ ଅନେକ ନୂଆ କିର୍ତ୍ତୀମାନ ସ୍ଥାପିତ ହୋଇଛି । ବିଭିନ୍ନ ଦେଶର ଖେଳାଳିମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଅନେକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଏଭଳି କିଛି ରେକର୍ଡ ରହିଛି ଯାହାକୁ କ୍ରୀଡ଼ାପ୍ରେମୀମାନେ ସାରା ଜୀବନ କେବେ ବି ଭୁଲି ପାରିବେ ନାହିଁ ।

୧- ଫାଇନାଲରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ୍ ହେଡ୍ ୧୨୦ଟି ବଲରୁ ୧୩୭ ରନ୍ ସଂଗ୍ରହ କରିଥିଲେ । ୧୯୯୬ ବିଶ୍ୱକପ ଫାଇନାଲରେ ଚେଜିଂ କରି ଶତକ ହାସଲ କରିବାରେ ଶ୍ରୀଲଙ୍କାର ଅରବିନ୍ଦ ଡି’ ସିଲଭାଙ୍କ ପରେ ହେଡ୍ ଦ୍ୱିତୀୟ ଖେଳାଳି ହୋଇଛନ୍ତି ।

୨- ରୋହିତ ଶର୍ମା ପ୍ରଥମ ଅଧିନାୟକ ଭାବେ ଗୋଟିଏ ବିଶ୍ୱକପରେ ୫୯୭ ରନ୍ ସଂଗ୍ରହ କରିଥିଲେ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଉଇଲିୟମସନ୍ ୨୦୧୯ ବିଶ୍ୱକପରେ ୫୭୮ ରନ୍ ସଂଗ୍ରହ କରିଥିଲେ ।

୩- ବିରାଟ କୋହଲି ସେମିଫାଇନାଲରେ ୫୦ତମ ଶତକ ଅର୍ଜନ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକ ରେକର୍ଡକୁ ଅତିକ୍ରମ କରିଥିଲେ ।

୪- ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ପ୍ରଥମ ଟିମ୍ ଭାବେ ୪ ଥର ୩୫୦ରୁ ଅଧିକ ସ୍କୋର କରିଥିଲା ।

୫- ମହମ୍ମଦ ଶାମୀ ୭ଟି ମ୍ୟାଚରୁ ୨୪ଟି ୱିକେଟ ନେଇ କୌଣସି ବିଶ୍ୱକପରେ ତୃତୀୟ ସର୍ବାଧିକ ୱିକେଟ ନେଇଥିଲେ । ସେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଭାରତୀୟ ଭାବେ ଦିନିକିଆରେ ଗୋଟିଏ ମ୍ୟାଚରେ ୭ଟି ୱିକେଟ ନେଇଥିଲେ ।

୬- ରୋହିତ ଶର୍ମା ବିଶ୍ୱକପ ଇତିହାସରେ ପ୍ରଥମ ଖେଳାଳି ଭାବେ ୭ଟି ଶତକ ହାସଲ କରିଥିଲେ । ପୂର୍ବରୁ ସଚିନ ତେନ୍ଦୁଲକର ଓ ଡେଭିଡ ୱାର୍ଣ୍ଣର ୬-୬ଟି ଲେଖାଏଁ ଶତକ ହାସଲ କରିଥିଲେ ।

୭- ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସୱେଲ ନେଦରଲାଣ୍ଡସ ବିପକ୍ଷରେ ୪୦ଟି ବଲରୁ ଶତକ ମାରିଥିବା ବେଳେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ମାର୍କରମ ୪୯ଟି ବଲରୁ ଶତକ ମାରିଥିଲେ ।

୮- ଗ୍ଲେନ ମାକ୍ସୱେଲ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ୨୦୧ ରନର ଇନିଂସକୁ ଅନ୍ୟତମ ଶ୍ରେଷ୍ଠ ଇନିଂସ କୁହାଯାଉଛି । ୧୨୮ ବଲରେ ସେ ଏହି ସଫଳତା ହାସଲ କରିଥିବା ବେଳେ ଦିନିକିଆରେ ଲକ୍ଷ୍ୟ ପିଛା କରିବାରେ ଏହା ସର୍ବାଧିକ ରନ୍ ।

Get real time updates directly on you device, subscribe now.