fbpx

କରୋନାରେ ଜଣେ ୮ ବର୍ଷର ନାବାଳିକା ମୃତ

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟାରେ ରୋକ୍ ଲାଗିପାରୁନି । ଶିଶୁମାନଙ୍କ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନାରେ ଆଜି ଜଣେ ୮ ବର୍ଷର ନାବାଳିକାର ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣକ ଝାରସୁଗୁଡ଼ା ଜିଲ୍ଲାର ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଟ୍ୱିଟର ତଥ୍ୟରୁ ଏହି ସୂଚନା ମିଳିଛି ।

ତେବେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮,୦୨୨ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁର ଓ କେନ୍ଦୁଝରରୁ ୬ ଲେଖାଏଁ, କଟକ ଓ ପୁରୀରୁ ୫ ଜଣ ଲେଖାଏଁ, ଯାଜପୁରରୁ ୪, କେନ୍ଦ୍ରାପଡ଼ାରୁ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ଅନୁଗୁଳ, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.