fbpx

Facebook ବନା ଦି ଯୋଡ଼ି ,୨୮ ବର୍ଷୀୟ ଯୁବକଙ୍କୁ ନିଜର ଜୀବନସାଥୀ କରିଲେ ୮୩ ବର୍ଷୀୟା ମହିଳା

ପ୍ରତ୍ୟେକ ଲୋକ ପ୍ରେମରେ ପଡନ୍ତି । କିଛି କିଛି ପ୍ରେମ କାହାଣୀ ଏଭଳି ଅଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମଣିଷ କେଉଁ ସମୟରେ କାହାକୁ ଆଉ କିପରି ହୃଦୟ ଦେଇ ବସେ ତାହା ସେ ନିଜେ ମଧ୍ୟ ଜାଣି ନଥାଏ । କିଛି ଏଭଳି ଭଲ ପାଇବା ଦେଖିବାକୁ ମିଳିଛି ପାକିସ୍ତାନରେ । ଯେଉଁ ଠାରେ ଜଣେ ୮୩ ବର୍ଷୀୟା ମହିଳା ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିଜର ଜୀବନସାଥୀ ଭାବେ ଚୟନ କରିଛି । କେବଳ ଏତିକି ନୁହେଁ ଆପଣ ଏକଥା ଶୁଣିଲେ ମଧ୍ୟ ଚକିତ ହେବେ ଯେ ଏହି ମହିଳା ଜଣକ ପାକିସ୍ତାନୀ ନୁହଁନ୍ତି ବରଂ ଜଣେ ବିଦେଶୀ ।

ଆଉ ନିଜର ଭଲ ପାଇବା ପାଇଁ ସେ ନିଜ ଦେଶ ଛାଡି ପାକିସ୍ତାନରେ ଆସି ପହଞ୍ଚିଥିଲେ । ଆଉ  ଏକ ବର୍ଷ ପୂର୍ବେ ନଭେମ୍ବର ୨୦୨୧ ରେ ପାକିସ୍ତାନର ହାଫଜାବାଦର କାଜିପୁରରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକାଠି ବହୁତ ଖୁସିରେ ଅଛନ୍ତି। ବିବାହର ଏକ ବର୍ଷ ପରେ, ବର୍ତ୍ତମାନ ଏହି ଦମ୍ପତିଙ୍କର ଏକ ସାକ୍ଷାତକାର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ଅନେକ ପ୍ରଶ୍ନର ଖୋଲାଖୋଲି ଉତ୍ତର ଦେଉଥିବାର ଦେଖାଯାଉଛି।

ପୋଲାଣ୍ଡର ବୃଦ୍ଧ ମହିଳା :ତେବେ ଏହି ମହିଳା ଜଣକ ହେଉଛନ୍ତି ପୋଲାଣ୍ଡର । ଦୁହେଁ ପ୍ରଥମେ ସୋସିଆଲ ମିଡିଆ ଫେସବୁକରେ ଭେଟିଥିଲେ ଆଉ ଏହାପରେ ଦୁହେଁ ପ୍ରେମରେ ପଡିଥିଲେ । ଆଉ ଏହାପରେ ଦୁହେଁ ଏକାଠି ହେବାକୁ ନିଷ୍ପତ୍ତି ନେଲେ । ବାସ ଏହାପରେ ଏହି ଯୋଡିଙ୍କୁ କିଏ ଅବା ବାନ୍ଧି ପାରିବ । ବୟସ୍କ ମହିଳା ଜଣକ ପୋଲାଣ୍ଡରୁ ପାକିସ୍ତାନ ଆସିଗଲେ । ମହିଳା ପାକିସ୍ତାନରେ ପହଞ୍ଚି ଦୁହେଁ ସମାଜର ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

ଏହି ଦୁଇଜଣଙ୍କ ପ୍ରେମରେ ସବୁଠାରୁ ବିଶେଷ କଥା ହେଉଛି ଏହି ଦୁଇଜଣଙ୍କ ଯୋଡି ହେବା ପଛରେ ଫେସବୁକର ସବୁଠାରୁ ବଡ ହାତ ଅଛି । ଦୁହେଁ କେବଳ ଫେସବୁକରେ ଭେଟିଥିଲେ। ଫେସବୁକରେ ଚାଟିଂ କରିବା ସମୟରେ କଥାବାର୍ତ୍ତା ବଢ଼ିବାରେ ଲାଗିଲା । ଧୀରେ ଧୀରେ ଦୁହେଁ ପ୍ରେମରେ ପଡିଗଲେ ଏବଂ ବୟସ ସୀମା ଛାଡି ପରସ୍ପର ସହିତ ବଞ୍ଚିବା ଏବଂ ମରିବାକୁ ଶପଥ କଲେ।

ପ୍ରେମ ପାଇବା ପାଇଁ ମହିଳା ପାକିସ୍ତାନ ଆସିଥିଲେ:
ଏହି ଦୁଇଜଣଙ୍କ ବିବାହରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ସେହି ମହିଳାଙ୍କ ଉତ୍ସାହ ,  ଯାହା ଦେଖିବା ଯୋଗ୍ୟ ଥିଲା । ଏହି ମହିଳାଙ୍କୁ ୮୩ ବର୍ଷ ବୟସ ହୋଇଥିବା ବେଳେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିଜ ପ୍ରେମିକ ପାଇଁ ସେ ପାକିସ୍ତାନରେ ପହଞ୍ଚିଥିଲେ। ଯେଉଁଠାରେ ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ଭେଟିଥିଲେ, ଯାହା ପରେ ଦୁହେଁ ବିବାହ କରିବା ଏବଂ ଏକାଠି ରହିବାକୁ ମନସ୍ଥ କରିଥିଲେ ।

Get real time updates directly on you device, subscribe now.