fbpx

ଖୁସି ଖବର : ଓଡ଼ିଶାରେ ଆଜି ୮୫୪୧ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୯।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୫୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୪୭ ହଜାର ୮୬୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୮୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୮୦, ପୁରୀରୁ ୫୩୦, ଝାରସୁଗୁଡ଼ାରୁ ୪୩୯, ବରଗଡ଼ରୁ ୪୩୮, ସମ୍ବଲପୁରରୁ ୪୧୪, ନବରଙ୍ଗପୁରରୁ ୩୯୯, ଅନୁଗୁଳରୁ ୩୪୮, ଯାଜପୁରରୁ ୩୩୪, ନୂଆପଡ଼ାରୁ ୨୬୬, ମୟୂରଭଞ୍ଜରୁ ୨୪୭, ଗଞ୍ଜମାରୁ ୨୨୬ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ ୧୯୩, ନୟାଗଡ଼ରୁ ୧୮୯, କେନ୍ଦୁଝରରୁ ୧୬୧, ବଲାଙ୍ଗିରରୁ ୧୫୯, ରାୟଗଡ଼ାରୁ ୧୫୬, ବାଲେଶ୍ବରରୁ ୧୫୪, ଜଗତସିଂହପୁରରୁ ୧୩୦, ଗଜପତିରୁ ୧୨୦, ସୋନପୁରରୁ ୧୦୩, ଦେବଗଡ଼ରୁ ୯୭, ଭଦ୍ରକରୁ ୯୦, କୋରାପୁଟରୁ ୮୮, ବୌଦ୍ଧରୁ ୭୨, କେନ୍ଦ୍ରାପଡ଼ାରୁ ୭୦, କନ୍ଧମାଳ ଓ ମାଲକାନଗିରିରୁ ୫୧ ଜଣ ଲେଖାଏଁ, ଢେଙ୍କାନାଳରୁ ୩୨ ଓ ଷ୍ଟେଟ୍ ପୁଲରୁ ୨୭୬ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.